ବାଃରେ ଡାକ୍ତରଖାନା! ରୋଗୀଙ୍କ ଗଜ୍ କପଡ଼ା ଗୁଡ଼ାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ପାର୍କିଂ ସ୍ଥଳ

You are currently viewing ବାଃରେ ଡାକ୍ତରଖାନା! ରୋଗୀଙ୍କ ଗଜ୍ କପଡ଼ା ଗୁଡ଼ାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ପାର୍କିଂ ସ୍ଥଳ

ଅନୁଗୁଳ: ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ପୁଣି ଥରେ ଆଲୋଚନାର ପରିସରକୁ ଆସିଛି। ଏଥରକ ପାର୍କିଂ ସ୍ଥଳରେ ଗଜ୍ କନା ବାନ୍ଧି ଚର୍ଚ୍ଚାରେ ରହିଛି ବଡ଼ ମେଡିକାଲ। ଏଠାରେ ହସ୍ପିଟାଲକୁ ରୋଗୀଙ୍କ ଡ୍ରେସିଂ ପାଇଁ ଆସୁଥିବା ଗଜ୍ କପଡ଼ାକୁ ପାର୍କିଂ ସ୍ଥଳରେ ବନ୍ଧା ଯାଇଛି। ପାର୍କିଂ ଜାଗା ଜାଣିବାକୁ ମେଡିକାଲ ପକ୍ଷରୁ ଏଭଳି ଆୟୋଜନ କରାଯାଇଛି, ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏଭଳି ଗଜ୍ କପଡ଼ା ବନ୍ଧା ଯିବା ଯୋଗୁ ହସ୍ପିଟାଲର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ପାର୍କିଂ ସ୍ଥଳରୁ ଗଜ୍ କପଡ଼ା ଖୋଲି ବ୍ୟାରିକେଡ୍ କରିବାକୁ ରୋଗୀଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share

Leave a Reply