ବନ୍ତଳା ପୋଲିସକୁ ବଡ଼ ସଫଳତା: ପଶ୍ଚିମବଙ୍ଗରୁ ବୁଲେଟ ଚୋରକୁ କଲେ ଗିରଫ

You are currently viewing ବନ୍ତଳା ପୋଲିସକୁ ବଡ଼ ସଫଳତା: ପଶ୍ଚିମବଙ୍ଗରୁ ବୁଲେଟ ଚୋରକୁ କଲେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସକୁ ବଡ଼ ସଫଳତା ମିଳିଛି। ଗତ ବର୍ଷ ଡିସେମ୍ବର ମାସରୁ ବନ୍ତଳା ଅଞ୍ଚଳରୁ ଚୋରି ହୋଇଥିବା ବାଇକକୁ ଖୋଜି ବାହାର କରିବା ସହ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ପୋଲିସ। ଜାନୁଆରୀ ୨୬ ତାରିଖରେ ପୋଲିସ ଚୋର ମାନଙ୍କୁ କାବୁ କରିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗୋବିନ୍ଦପୁର ଗାଁର ସୁବ୍ରତ କୁମାର ପ୍ରଧାନଙ୍କର ଗତବର୍ଷ ଏକ ଘର ନିର୍ମାଣ ଚାଲୁଥିଲା। ଗତ ଡିସେମ୍ବର ମାସ ୧୨ ତାରିଖ ଅପରାହ୍ନରେ କାମ ସାରି ଦୁଇ ମିସ୍ତ୍ରୀ ସୁବ୍ରତଙ୍କ ବୁଲେଟ  ନେଇ ପ୍ରଗତିନଗର ସ୍ଥିତ ନିଜ ରହଣି ଘରକୁ ଯାଇଥିଲେ। ସେମାନେ ନ ଫେରିବାରୁ ସୁବ୍ରତ ୧୩ ତାରିଖ ଦିନ ତାଙ୍କୁ ଫୋନ କରିଥିଲେ। ଜଣେ ମିସ୍ତ୍ରୀ କହିଥିଲେ ଯେ ତାଙ୍କ ସାଥି ଗାଡି ନେଇ ଯାଇଛନ୍ତି। ୪ ଦିନ ମଧ୍ୟରେ ଫେରାଇ ଦେବେ। ଏହା ପରେ ଉକ୍ତ ବ୍ୟକ୍ତିଙ୍କ ଫୋନ ଆଉ ଲାଗି ନଥିଲା। ସୁବ୍ରତଙ୍କ ସନ୍ଦେହ ବଢ଼ିବାରୁ ସେ ୧୪ ତାରିଖରେ ବନ୍ତଳା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ଚୋର ମାନଙ୍କର ଉପରେ ନଜର ରଖିଥିଲେ। ମୋବାଇଲ ଟ୍ରାକ କରି ୨୬ ତାରିଖ ରବିବାର ବନ୍ତଳାରୁ ବାହାରି କାର ଯୋଗେ ବାହାରି ପଶ୍ଚିମ ବଙ୍ଗ ପୂର୍ବ ମେଦିନପୁର ଜିଲ୍ଲା ଭବାନୀପୁର ଥାନା ଅନ୍ତର୍ଗତ କୁମାରପୁର ଗାଁରୁ ରାତି ୧୦ଟାରେ ଶୋଇଥିବା ଅବସ୍ଥାରେ ୨ ଜଣଙ୍କୁ ମାଡ଼ି ବସିଥିଲେ।

ଏମାନଙ୍କ ମଧ୍ୟରେ ଏସ.କେ ମୁସ୍ତାକ(୨୬), ଏସ.କେ ନାସିର (୨୨)ଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ଉଠାଇ ଆଣିଥିଲା। ଏହି ଦୁଇ ଚୋର ବୁଲେଟ ବିକ୍ରି କରିଦେଇଥିବା ମାନିଥିଲେ। ପୂର୍ବ ମେଦିନୀପୁର ଠାରୁ ୨୦୦ କିମି ଦୂର ନଦିଆ ଜିଲ୍ଲା ଧୋବଳିଆ ଥାନା ଅଞ୍ଚଳରୁ ପୋଲିସ ଉକ୍ତ ବୁଲେଟ ଠାବ କରିଥିବା ଜଣାଯାଇଛି।

Share

Leave a Reply