ବନ୍ତଳାରେ ମଇଁଷିକୁ ଆକ୍ରମଣ କରି ମାରିଲା ଦନ୍ତା, ରାଗରେ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ

You are currently viewing ବନ୍ତଳାରେ ମଇଁଷିକୁ ଆକ୍ରମଣ କରି ମାରିଲା ଦନ୍ତା, ରାଗରେ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଥମୁନି ହାତୀ ଆତଙ୍କ। ଗତକାଲି ହାତୀ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ମଇଁଷି ଗୋଠରେ ପଶି ଏକ ମଇଁଷିକୁ ମାରିଛି। ଫଳରେ ତାତିଛନ୍ତି ସ୍ଥାନୀୟ ଲୋକ।

ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ବନ୍ତଳାର ମଧୁପୁର ଗାଁରେ ରାତିସାରା ହାତୀ ଉପଦ୍ରବ କରିଥିଲା। ଗାଁର ବନମାଳୀ ପ୍ରଧାନଙ୍କ ମଇଁଷି ଗୋଠରେ ହାତୀ ପଶି ଏକ ମଇଁଷି ମାରି ଦେଇଛି। ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ମଧୁପୁର ଗାଁ ଲୋକ ବନ୍ତଳା-ସାତକୋଶିଆ ରାସ୍ତା ଉପରେ ବସି ଆନ୍ଦୋଳନ କରିଛନ୍ତି। ଫଳରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଛି। ବନ ବିଭାଗ ଉଚିତ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ବନ୍ତଳା ପୋଲିସ ପହଞ୍ଚିନଥିବା ଜଣାଯାଇଛି।

Share

Leave a Reply