ଅନୁଗୁଳ: ସ୍ଥାନୀୟ ବାରଗୌଣିଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନିମ୍ନମାନର କାମ ହୋଇଥିବାରୁ ଗ୍ରାମବାସୀ ଅସନ୍ତୋଷ ଜାହିର କରିଛନ୍ତି। ମୋ ସ୍କୁଲ୍ ଅଭିଯାନରେ ଆସିଥିବା ୪୧ ଲକ୍ଷ ୬୭ ହଜାର ୨୨ ଟଙ୍କାରେ ଏହି ଗୃହ ନିର୍ମାଣ ହେଉଛି। ଏହି କାମ ସମ୍ପୂର୍ଣ୍ଣ ଭାବରେ ନିମ୍ନମାନର ହେଉଥିବା ଦେଖା ଦେଇଛି। ଏହି ସ୍କୁଲର ପିଲର ଠିକ୍ ଲେବୁଲ ଓ ମାପରେ ହୋଇ ନାହିଁ। ନୂଆ ପିଲରର ସେଣ୍ଟ୍ରିଙ୍ଗ ଦେଇ ପିଲର କରିବା କଥା, କିନ୍ତୁ ଏଠି ଇଟା ଦେଇ ନୂତନ ପିଲର ତିଆରି କରାଯାଉଛି। ଯାହା ଦେଖିବା ପରେ ଗାଁ ଲୋକେ ଆଜି କାମ ବନ୍ଦ କରିଛନ୍ତି। ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏଠାରେ ସ୍କୁଲ କାମ ମନ ଇଚ୍ଛା କରାଯାଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।
ବାରଗୌଣିଆ ସ୍କୁଲ୍ ଗୃହ ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ, କାମ ବନ୍ଦ କଲେ ଗାଁ ଲୋକ
- Post published:May 14, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
