ସକାଳୁ ଅସହ୍ୟ ତାତି: ସାଢ଼େ ୮ ସୁଦ୍ଧା ବାରିପଦାରେ ସର୍ବାଧିକ ୩୭ ଡିଗ୍ରୀ ରେକର୍ଡ

You are currently viewing ସକାଳୁ ଅସହ୍ୟ ତାତି: ସାଢ଼େ ୮ ସୁଦ୍ଧା ବାରିପଦାରେ ସର୍ବାଧିକ ୩୭ ଡିଗ୍ରୀ ରେକର୍ଡ

ଭୁବନେଶ୍ଵର: ଆଜି ବି ସକାଳୁ ଅସହ୍ୟ ତାତି। ସାଢେ ୮ଟା ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିଭଳି ବଲାଙ୍ଗୀରରେ ୩୫.୪, ଭଦ୍ରକରେ ୩୫, ଯାଜପୁରରେ ୩୪.୮, ଭବାନୀପାଟଣା ଓ ଝାରସୁଗୁଡାରେ ୩୪.୪ ଡିଗ୍ରୀ, କେନ୍ଦୁଝର ଓ କଟକରେ ୩୪, ଭୁବନେଶ୍ଵରରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ପାଇଁ କେନ୍ଦୁଝର, ମୟୁରଭଞ୍ଜ ଏବଂ ଅନୁଗୁଳ ଜିଲ୍ଲାକୁ ହିଟ୍ ଓ୍ବେଭ୍ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ଵର , ଯାଜପୁର , ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଟକ , କେନ୍ଦ୍ରାପଡା ଏବଂ ଜଗତସିଂହପୁର ର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ଲହରୀ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆଜି ସାମାନ୍ୟ ଆଶ୍ଵସ୍ତି ଦେଇପାରେ କାଳବୈଶାଖୀ। ଆଜିଠୁ ଦକ୍ଷିଣ ଓଡିଶା ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Share

Leave a Reply