ଜେଇଙ୍କ ମନମୁଖୀ ଶାସନ ପାଇଁ ଅଟକିଛି ଉନ୍ନତିମୂଳକ କାର୍ଯ୍ୟ, ବଦଳି ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବସଲା ସରପଞ୍ଚ

You are currently viewing ଜେଇଙ୍କ ମନମୁଖୀ ଶାସନ ପାଇଁ ଅଟକିଛି ଉନ୍ନତିମୂଳକ କାର୍ଯ୍ୟ, ବଦଳି ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ବସଲା ସରପଞ୍ଚ

ଅନୁଗୁଳ: ଜେଇଙ୍କର ମନମୁଖୀ ଶାସନ ପାଇଁ ଉନ୍ନତି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅନୁଗୁଳ ଜିଲ୍ଲା ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ। ତାଙ୍କ କଥାକୁ ଜେଇ ନ ଶୁଣି ମନ ଇଚ୍ଛା କାମ କରୁଛନ୍ତି। ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିବାକୁ ସେ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି ସରପଞ୍ଚ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ବସଲା ସରପଞ୍ଚଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତର ଜେ.ଇ ମହେଶ୍ବତା ଦାସଙ୍କ ସହିତ ସେ ଅନେକ ଥର ଆଲୋଚନା କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ସେ ସବୁବେଳେ ତାଙ୍କୁ ବେଖାତିର ବ୍ୟବହାର କରିବା ସହ ମୋ ଇଚ୍ଛା ମୁଁ କରିବି ନାହିଁ, ମୋ ଇଚ୍ଛା ହେଲେ କରିବି ବୋଲି କହିଛନ୍ତି। ଅଲଗା ପଞ୍ଚାୟତର କାମ ହେଉଛି ତୁମର ନହେଲେ ମୋର କଣ ଗଲା, ମୋ ଦରମା ବନ୍ଦ ହେବନାହିଁ। ଯଦି ତମର କିଛି କହିବାର ଅଛି ଜିଲ୍ଲାପାଳଙ୍କ ପାଖକୁ ଯାଅ ବୋଲି ସେ କହୁଛନ୍ତି। ଏ ସମ୍ବନ୍ଧରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

ଏଣୁ ପଞ୍ଚାୟତର ଜେଇ ପରିବର୍ତ୍ତନ କରିବାକୁ ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

Share

Leave a Reply