ଅନୁଗୁଳ: ଶିମିଳିପଡ଼ା ସ୍ଥିତ ଓଡିଏମ/ଲିଟିଲ୍ ହାର୍ଟସ ଆନୁକୁଲ୍ୟରେ ଫଗୁ ଦଶମୀ,ବସନ୍ତ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଜୁନିଅର ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷୟିତ୍ରୀ ମାନେ ହିନ୍ଦୁ ସଂସ୍କୃତିରେ ଫଗୁ ଦଶମୀ,ଦୋଳପର୍ବ ତଥା ବସନ୍ତ ଉତ୍ସବର ମହତ୍ତ୍ଵ ବୁଝାଇଥିଲେ। ଏହିଦିନ ରାଧା କୃଷ୍ଣ ଓ ଗୋପିମାନେ ଅବିର ଖେଳିଥାନ୍ତି। ଗାଁ ଗାଁ ରେ ରାଧା କୃଷ୍ଣଙ୍କୁ ବିମାନରେ ବସାଇ ଘର ବୁଲା ଯାଏ ଏବଂ ସେଠାରେ ଠାକୁରଙ୍କୁ ଭୋଗ ଲାଗି କରାଯାଏ। ଫଗୁ ଦଶମୀ ଅବସରରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଅବିର ଖେଳିଥିଲେ।
ଓଡ଼ିଏମ ସ୍କୁଲରେ ଫଗୁ ଦଶମୀ ଓ ବସନ୍ତ ଉତ୍ସବ
- Post published:March 19, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul