ଅନୁଗୁଳ: ଅନୁଗୁଳ ବ୍ଲକ ବସଲା ପଞ୍ଚାୟତରେ ଆରମ୍ଭ ହେଲା ବସୁଧା ଯୋଜନା। ଏଣିକି ଲୋକମାନେ ଆଉ ପିଇବା ପାଣି ପାଇଁ ଭୋଗିବେନି ଅସୁବିଧା। ସିଧାସଳଖ ଘରେ ଟ୍ୟାପରୁ ପିଇ ପାରିବେ ଶୁଦ୍ଧ ପାଣି।
ଆଜି ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ସୁଇଚ୍ ମାରି ଜଳ ଯୋଗାଣ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। ବସଲା ପଞ୍ଚାୟତର ପ୍ରତ୍ୟେକ ଲୋକ ଏହି ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ। ଏ ଅବସରରେ ଯୁବ ସରପଞ୍ଚ ଚନ୍ଦନ ସାହୁ କହିଛନ୍ତି, କୌଣସି ବି ଜଣେ ଲୋକ ପାଣି ପାଇଁ ଯେପରି ହଇରାଣ ନହେବେ ସେଥିପ୍ରତି ସେ ନିଜେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେଇ ସମାଧାନ କରିବେ। ଲୋକଙ୍କୁ ଶୁଦ୍ଧ ଜଳ ଯୋଗାଇବା ତାଙ୍କ ଦାୟିତ୍ୱ ବୋଲି କହିଛନ୍ତି ବସଲା ସରପଞ୍ଚ।