ଅନୁଗୁଳ: ଅନୁଗୁଳ ଜିଲ୍ଲା ବସ୍ ମାଲିକ ସଂଘର ସ୍ଵନକ୍ଷତ୍ର ଦିବସ ଏବଂ ନୂଆ ବସ୍ ଷ୍ଟାଣ୍ଡ ସ୍ଥିତ କାର୍ଯ୍ୟାଳୟର ଗୃହ ପ୍ରବେଶ ଉତ୍ସବ ଆୟୋଜିତ ହୋଇଯାଇଛି। ଢେ଼ଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ସମାରୋହକୁ ଉଦଘାଟନ କରିବା ସହ ଯାତ୍ରୀ ପରିବହନ କ୍ଷେତ୍ରରେ ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ ଯୋଗ ଦେଇଥିଲେ। ଏ ଅବସରରେ ଦୁଃସ୍ଥ ଲୋକଙ୍କୁ ଫଳ ବଣ୍ଟନ କରିବା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବସ୍ ମାଲିକ ସଂଘର ସଭାପତି ମାନସ ସାମଲ ସମ୍ପାଦକ ସନ୍ତୋଷ କୁମାର ମିଶ୍ର,ଉପସଭାପତି କଲ୍ଲୋଳକାନ୍ତ ସାହୁ ଓ କୋଷାଧ୍ୟକ୍ଷ ଉପେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଜିଲ୍ଲା ବସ୍ ମାଲିକ ସଂଘର ସ୍ଵନକ୍ଷତ୍ର ଦିବସ
- Post published:October 31, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul