ରାମ ନବମୀରେ ଜାତିଆଣ ଆକ୍ଷେପକୁ ନେଇ ଯୁବକଙ୍କ ମୁଣ୍ଡ ଫଟାଇଲେ, ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ ଗ୍ରାମବାସୀ

You are currently viewing ରାମ ନବମୀରେ ଜାତିଆଣ ଆକ୍ଷେପକୁ ନେଇ ଯୁବକଙ୍କ ମୁଣ୍ଡ ଫଟାଇଲେ, ଏସପିଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ ଗ୍ରାମବାସୀ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ରାମ ନବମୀ ଚାଲିଥିବା ବେଳେ ଜାତିଆଣ ଆକ୍ଷେପ କରି ଜଣେ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ ହୋଇଛି। ଚନ୍ଦନପୁର ଗ୍ରାମର ଦଳିତ ବ୍ୟକ୍ତିମାନେ ନ୍ୟାୟ ପାଇବା ପାଇଁ ଶୁକ୍ରବାର ଅନୁଗୁଳ ଏସପିଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି।

ସୂଚନା ମୁତାବକ, ଚନ୍ଦନପୁରରେ ରାମ ନବମୀ ଅବସରରେ ଦଣ୍ଡନାଚ ଚାଲିଥିବା ସମୟରେ ସେହି ଗ୍ରାମର କିଛି ବ୍ୟକ୍ତି କିଛି ଦଳିତ ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜାତିଆଣ ଭେଦଭାବ କରିଥିଲେ। ଏହାକୁ ବିରୋଧ କରିବାରୁ ଢିପ ସାହିର କିଛି ଯୁବକ ଲୁହା ରଡ଼ରେ ଆକ୍ରମଣ କରିବାରୁ ଚନ୍ଦନପୁରର ସନ୍ତୋଷ ନାଏକ ନାମକ ଜଣେ ଯୁବକଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାପରେ ଜାତିଆଣ ଆକ୍ଷେପ ଓ ମାଡ଼ ମାରିବା ଅଭିଯୋଗରେ ଚନ୍ଦନପୁର ଗ୍ରାମବାସୀ ଅନୁଗୁଳ ଏସପିଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସେଠାରୁ ତାଙ୍କୁ ଏସଡିପିଓଙ୍କ ପାଖକୁ ପଠାଇ ଦେଇଥିବା ଜଣାଯାଇଛି।

Share

Leave a Reply