ଅନୁଗୁଳ: ମହାନଦୀ କୋଲ ଫିଲଡ୍ (ଏମ୍ସିଏଲ୍)ର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ଶ୍ରେଷ୍ଠ ସିଇଓ ଭାବେ କର୍ପୋରେଟ୍ ମ୍ୟାନେଜମେଣ୍ଟ ଇନୋଭେସନ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଜିଓ ମାଇନ୍ଟେକ୍ ପକ୍ଷରୁ ଭୁବନେଶ୍ବରଠାରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀ ଅବସରରେ ଧାନବାଦ ସ୍ଥିତ ଆଇଆଇଟିର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡି. ଡି. ମିଶ୍ର ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଚଳିତ ଆର୍ଥିକ ବର୍ଷରେ ଶ୍ରୀ ସିହ୍ନାଙ୍କ ନେତୃତ୍ଵରେ ଉଭୟ ଏମ୍ସିଏଲ୍ ଓ ଏନ୍ସିଏଲ୍ରେ କୋଇଲା ଉତ୍ତୋଳନ ଓ ପରିବହନରେ ବେଶ ସଫଳତା ହାସଲ କରିବା ସହ କୋଇଲା ଚାହିଦା ପୂରଣ କରିବାରେ ଏମ୍ସିଏଲ୍ କ୍ଷମତା ବୃଦ୍ଧି ହୋଇପାରିଛି। ଏମ୍ସିଏଲ୍ ଚଳିତ ମାସରେ ଦୈନିକ ହାରାହାରି ୫.୨୧ ଲକ୍ଷ ଟନ୍ କୋଇଲା ଯୋଗାଇ ରେକର୍ଡ ସୃଷ୍ଟି କରିଛି । ଯାହା ଦେଶର ଅନ୍ୟ କୋଇଲା କମ୍ପାନୀ ତୁଳନାରେ ସର୍ବାଧିକ ବୋଲି ସୂଚନା ଦିଆଯାଇଛି। ଏମ୍ସିଏଲ୍ ଅଧ୍ୟକ୍ଷ ଶ୍ରୀ ସିହ୍ନା ଜଣେ ସଫଳ ଖଣି ଇଞ୍ଜିନିୟର ଭାବେ କାର୍ଯ୍ୟ ତୁଲାଇ ନର୍ଦନ କୋଲ୍ ଫିଲଡ୍ ଲିମିଟେଡ୍ ଓ ମହାନଦୀ କୋଲ୍ ଫିଲଡ୍ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ସଫଳତାର ସହିତ କାର୍ଯ୍ୟ କରୁଛନ୍ତି।
ଏମ୍ସିଏଲ୍ ଅଧ୍ୟକ୍ଷଙ୍କୁ ଶ୍ରେଷ୍ଠ ସିଇଓ ସମ୍ମାନ
- Post published:October 25, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul