ଭକ୍ତଙ୍କ ଦାନ….. କିଏ କେମିତି

You are currently viewing ଭକ୍ତଙ୍କ ଦାନ….. କିଏ କେମିତି

ଅନୁଗୁଳ: ଶୀତୁଆ ସକାଳରେ ଅନୁଗୁଳର ଏକ ଚା’ ଖଟିରେ ମୂଲିଆ ଜଣେ ବିଷର୍ଣ୍ଣ ବଦନରେ ଚା’ ପିଉଥିବା ଦେଖି ପଚାରିଲୁ – ଭାଇ ମନ କାଇଁ ଉଣା କରିଛ?

ଭାଇ ଉତ୍ତର ଦେଲେ, କଣ କହିବି ଆଜ୍ଞା ଏଇ ପାଖ ମନ୍ଦିରର ଟିକେ ଛୋଟିଆ ମରାମତି କାମଟେ ଥିଲା। କାମ ଦିନକର ହେବ। ପୂଜକ କହିଲେ ଦେଖ ପଇସା ପତ୍ର ନାହିଁ, ଠାକୁରଙ୍କ କାମ, ସେବା ଭାବି କରିଦେ ଆଉ ଏ ଛୋଟ ହୁଣ୍ଡିରେ ଯାହା ତୋ ଭାଗ୍ୟରେ ଅଛି ନେଇ ଯିବୁ। ଠାକୁରଙ୍କ କାମ ଜାଣି କଲି। ଅପରାହ୍ନରେ କାମ ସରିବା ପରେ ପୂଜକ ହୁଣ୍ଡି ଫିଟାଇ ମେଞ୍ଚେ କଏନ ମତେ ଧରାଇ ଦେଇ କହିଲେ, ନେ ଯାହା ଅଛି ନେଇଯା। ଠାକୁରଙ୍କ ପଇସା ତେଣୁ ସେଠି ନ ଗଣି ଘରକୁ ନେଇ ଦେଖିଲି ପାଖାପାଖି ଚାରି ଶହ ଖୁଚୁରା ପଇସା ଭିତରୁ ପ୍ରାୟ ଶହେ ଟଙ୍କାର ଆଠଣୀ, ପୋଡିଯାଇଥିବା, ଚେପା ହୋଇଯାଇଥିବା ଟଙ୍କିକିଆ କଏନ ଆଉ ତା ସାଙ୍ଗକୁ ଦୁଇଟି ଫଟା ଦଶ ଟଙ୍କିଆ ନୋଟ।କହିଲେ ସାର,ଏ ଦାନୀ ଭକ୍ତ ମାନେ ଅନ୍ଧ ନା ଠାକୁରଙ୍କୁ ସେମାନେ ଅନ୍ଧ ଭାବୁଛନ୍ତି? ଆମ ପାଖରେ ଏହାର ଉତ୍ତର ନଥିଲା।

Share

Leave a Reply