ଅନୁଗୁଳ: ଅନୁଗୁଳ ସହରର ଗାନ୍ଧିମାର୍ଗ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଭାରତମାତା ପୂଜନ କାର୍ଯ୍ୟକ୍ରମର ଶୁଭାରମ୍ଭ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜାନୁଆରୀ ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଅନୁଗୁଳ ମାତୃଭରତୀର ସମସ୍ତସଦସ୍ୟାଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି, ମଧ୍ୟ ସମ୍ଭାଗର ସଂଯୋଜକ ମଧୁସୂଦନ ବାରିକ, ବିଦ୍ୟାଳୟର ସମ୍ପାଦକ ଧନେଶ୍ବର ନାଏକ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ, ଆଚାର୍ଯ୍ୟ ପ୍ରତିନିଧି ବୈଦ୍ୟନାଥ ସାମଲ ଓ ମାତୃଭାରତୀ ପ୍ରମୁଖ ବିଦ୍ୟୁତ ଲତା ମିଶ୍ର ଉପସ୍ଥିତ ଥିଲେ। ଶିଶୁ ଭଉଣୀ ସାଇ ଜିଜ୍ଞାସା ବାରିକଙ୍କ ପ୍ରବଚନ, ଶିଶୁ ଭଉଣୀ ପ୍ରତ୍ୟୁଷା ପ୍ରିୟଦର୍ଶିନୀ ଓ ମାତୃଭାରତୀର ସଭାପତି ସଙ୍ଗୀତା ଗଡନାୟକଙ୍କ ଦେଶଭକ୍ତି ଗୀତ ଇତ୍ୟାଦି ବିବିଧ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଶେଷରେ ଭାରତ ମାତାଙ୍କ ପାଖରେ ଆରତୀ କରାଯାଇ ଭାରତ ମାତା ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
ଭାରତମାତା ପୂଜନ କାର୍ଯ୍ୟକ୍ରମ
- Post published:January 21, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul