ଅନୁଗୁଳ: ଭାରତ ରତ୍ନ ଇନ୍ଦିରା ଗାନ୍ଧୀ ୧୯୧୭ ନଭେମ୍ବର ୧୯ରେ ଆଲାହାବାଦରେ ଜନ୍ମ ଗ୍ରହଣ କରିଥିଲେ। ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ। ବିଶ୍ବଭାରତୀ, ଶାନ୍ତିନିକେତନ, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପାଠ ପଢ଼ିଥିବା ଇନ୍ଦିରା ୧୯୪୨ରେ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ ସମୟରେ ବାପା ପଣ୍ଡିତ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କୁ ବିଭିନ୍ନ କାମରେ ସେ ସହଯୋଗ କଲେ। ୧୯୬୬ରୁ ୧୯୭୭ ପର୍ଯ୍ୟନ୍ତ ଏବଂ ତା’ ପରେ ୧୯୮୦ ରୁ ୧୯୮୪ ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ୧୯୮୪ ଅକ୍ଟୋବର ୩୧ରେ ତାଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ଇନ୍ଦିରା ଗାନ୍ଧୀ ପ୍ରାଣ ହରାଇଥିଲେ।
ଭାରତ ରତ୍ନ ଇନ୍ଦିରା ଗାନ୍ଧୀ
- Post published:November 19, 2022
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Angul TV Bureau

Tags: Angul