ଭିଡ଼ରେ ପୁଅ ହଜିଗଲା ବାପା-ମା ନୟାନ୍ତ

You are currently viewing ଭିଡ଼ରେ ପୁଅ ହଜିଗଲା ବାପା-ମା ନୟାନ୍ତ

ଅନୁଗୁଳ: ଆଜି ଦିନବେଳା ଲକ୍ଷ୍ମିବଜାର ସ୍ଥିତ ଗୋଟିଏ ମଲ୍ କୁ ପରଙ୍ଗ ଅଞ୍ଚଳ ଜଣେ ବ୍ୟକ୍ତି ପରିବାର ଧରି ସପିଙ୍ଗ କରିବାକୁ ଆସିଥିଲେ। ମଲରେ ଭିଡ଼ ଥିବାରୁ ବ୍ୟକ୍ତିଙ୍କ ପାଞ୍ଚ ବର୍ଷର ପୁଅଟି ମଲ୍ ବାହାରକୁ ପଳାଇ ଆସିଥିଲା। ବାଟ ନ ପାଇ ସେ କାନ୍ଦି କାନ୍ଦି ଧର୍ମଶାଳା ରାସ୍ତାରେ ଯାଉଥିବା ବେଳେ କିଛି ବ୍ୟକ୍ତି ଅଟକାଇ ପିଲାଟିକୁ ରଖି ନେଇଥିଲେ।ଏଣେ ବାପା-ମା ପିଲାକୁ ନ ପାଇ ମଲ୍ ସାରା ଖୋଜା ଖୋଜି କରି କନ୍ଦା କଟା ଆରମ୍ଭ କରିଦେଲେ। କେହି କେହି ପିଲାକୁ ଭିଡ଼ ସୁଯୋଗରେ ଅପହରଣ କରି ନେଇଥିବା ନେଇ ମନ୍ତବ୍ୟ ଦେଲେ। ମଲ୍ କର୍ତୃପକ୍ଷଙ୍କ ଏଥିରେ ଚିନ୍ତା ବଢ଼ିଗଲା। ସେ ବି ଲୋକ ଲଗାଇ ଖୋଜା ଖୋଜି ଆରମ୍ଭ କଲେ। ଅଧ ଘଣ୍ଟା ପରେ ଧର୍ମଶାଳା ପାଖରେ ପୁଅ ଥିବା କଥା ଜଣେ ସୂଚନା ଦେଲେ। ଶେଷରେ ବାପା-ମା ଛୁଆ କୁ ଧରି ଘରକୁ ଫେରିଲେ।

Share

Leave a Reply