ସାତକୋଶିଆରେ ୬ ଟି ରାସ୍ତା ଓ ସେତୁ ପ୍ରକଳ୍ପର ଭୂମିପୂଜନ: ‘ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଆର୍ଥିକ ପ୍ରଗତିକୁ ନୂଆ ଗତି ଦେବ’:ଧର୍ମେନ୍ଦ୍ର ପ୍ରଧାନ

You are currently viewing ସାତକୋଶିଆରେ ୬ ଟି ରାସ୍ତା ଓ ସେତୁ ପ୍ରକଳ୍ପର ଭୂମିପୂଜନ: ‘ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଆର୍ଥିକ ପ୍ରଗତିକୁ ନୂଆ ଗତି ଦେବ’:ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଞ୍ଚଳରେ ଡିଏମଏଫ ପାଣ୍ଠିରୁ ଅନୁମୋଦିତ ୬ଟି ପ୍ରମୁଖ ରାସ୍ତା ଓ ସେତୁ ନିର୍ମାଣ ପ୍ରକଳ୍ପର ଭୂମିପୂଜନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଆର୍ଥିକ ପ୍ରଗତିକୁ ନୂଆ ଗତି ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ବାଲିଜେରେଙ୍ଗ ଠାରୁ ବେତାର ରାସ୍ତା, ମାଣିକଯୋଡ଼ିରୁ କୃଷ୍ଣଚନ୍ଦ୍ରଗଡ଼ ଭାୟା କୁଳସର ରାସ୍ତା, ସରଧାପୁରରୁ ପଥରଗଡ ଏବଂ ଅନ୍ତୁଳିଆରୁ ତାବଡ଼ା ରାସ୍ତା ନିର୍ମାଣ ପାଇଁ ଅର୍ଥ ଅନୁମୋଦିତ ହୋଇଛି।

ଏହା ସହ ଗଦେଇମୁଣ୍ଡା ଠାରେ ମାତେଲିଆ ସେତୁ ଏବଂ ନୂଆ ବଡ଼ଦାଣ୍ଡସାହିରେ କଇଁଆ ସେତୁ ନିର୍ମାଣ ପାଇଁ ମଧ୍ୟ ଭୂମି ପୂଜନ କରାଯାଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ‘ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସରଧାପୁର, ବଡ଼ହିଂସର ଓ ବଡକେରଜାଙ୍ଗ ସମେତ ସମଗ୍ର ଅଞ୍ଚଳର ଜନସାଧାରଣ ସିଧାସଳଖ ଉପକୃତ ହେବେ। ଉନ୍ନତ ରାସ୍ତା ଓ ସେତୁ କେବଳ ଯୋଗାଯୋଗକୁ ସହଜ କରିବ ନାହିଁ ବରଂ କୃଷି ଓ ବାଣିଜ୍ୟ କ୍ଷେତ୍ରକୁ ତ୍ୱରାନ୍ୱିତ କରି ଅଞ୍ଚଳର ଆର୍ଥିକ ପ୍ରଗତିକୁ ନୂତନ ଗତି ପ୍ରଦାନ କରିବ’। ମହାନଦୀ ଅବବାହିକାରେ ଥିବା ଆଠମଲ୍ଲିକ ଅଞ୍ଚଳକୁ ବିକାଶର ଶୀର୍ଷକୁ ନେବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Share

Leave a Reply