ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୱତ୍ ପରିଷଦର ବୈଠକ

You are currently viewing ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୱତ୍ ପରିଷଦର ବୈଠକ

ଅନୁଗୁଳ: ସ୍ଥାନୀୟ ଗନ୍ଧିମାର୍ଗ ସ୍ଥିତ ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୱତ୍ ପରିଷଦର ଏକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଜାତୀୟ ଶିକ୍ଷା ନୀତିରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା। ପରିଷଦର ସଭାପତି ଡା ସଦାନନ୍ଦ ପରିଡା ସ୍କୁଲ ସଭାପତି ପ୍ରଫୁଲ କୁମାର ସାହୁ, ସମ୍ପାଦକ ଧନେଶ୍ୱର ନାଏକ, ସ୍କୁଲ ପ୍ରଧାନ ଆଚାର୍ଯ୍ୟ, ପ୍ରସନ୍ନ କୁମାର ପ୍ରଧାନ ସଂକୁଳ ପ୍ରମୁଖ ସାଧୁ ଚରଣ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପରିଷଦର ସଭ୍ୟ ସିଦ୍ଧନାଥ ସାହୁ, ଗନ୍ଧର୍ବ ପ୍ରଧାନ, ସରୋଜ ପାଣିଗ୍ରାହୀ ପ୍ରମୁଖ ଶିକ୍ଷା ନୀତି ଉପରେ ମତାମତ ରଖିଥିଲେ। ପ୍ରଶାନ୍ତ ନାଥ ଅତିଥି ପରିଚୟ ପ୍ରଦାନ କରିଥିଲେ ।

Share

Leave a Reply