କଦଳୀ ଖାଇବା ହେଲା କାଳ: ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

You are currently viewing କଦଳୀ ଖାଇବା ହେଲା କାଳ: ବିଦ୍ୟୁତ ତାର ଲାଗି ଦନ୍ତା ହାତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର କନ୍ତମେଘ ଗ୍ରାମରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି।
ବନ୍ତଳା ରେଞ୍ଜରଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ଦନ୍ତା ହାତୀ ମରି ପଡିଥିବା ଖବର ତାଙ୍କ ପାଖକୁ ଆସିଥିଲା। ଘଟଣାସ୍ଥଳରେ ପହଞ୍ଚି ଦେଖିବା ବେଳକୁ ଜଣେ ବ୍ୟକ୍ତି ତାଙ୍କ କଦଳୀ ବଗିଚାକୁ ସୁରକ୍ଷା ପାଇଁ ଘରୁ କରେଣ୍ଟ ଦେଇଥିବା ଜାଣିବାକୁ ପାଇଥିଲେ। ତେଣୁ ରାତିରେ ହାତୀଟି ଖାଦ୍ୟ ଅନ୍ୱେଷଣ ପାଇଁ ଆସି ବିଦ୍ୟୁତ ତାରରେ ଲାଗି ମୃତ୍ୟୁ ବରଣ କରିଛି ବୋଲି ବନ ବିଭାଗ ଅନୁମାନ କରୁଛି।

ଏବେ ଯାଏଁ ଅଭିଯୁକ୍ତଙ୍କ ନାମ ରେଞ୍ଜର ଜଣାଇ ନଥିବା ବେଳେ ତଦନ୍ତ ଚାଲୁଥିବା କହିଛନ୍ତି। ମୃତ ଦନ୍ତା ହାତୀର ଆନୁମାନିକ ବୟସ ୩୦/୩୫ ହେବ ବୋଲି ସେ କହିଛନ୍ତି।

Share

Leave a Reply