ଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ, ୮୦ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ଶେହେନସା

You are currently viewing ଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ, ୮୦ ବର୍ଷରେ ପାଦ ଥାପିଲେ ବଲିଉଡ୍‌ ଶେହେନସା

ଅନୁଗୁଳ/ଭୁବନେଶ୍ୱର: ଆଜି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ଆଜି ୮୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍‌ ଶେହେନସା। ୧୯୪୨ ମସିହା ଅକ୍ଟୋବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ତାଙ୍କ ଜନ୍ମ। ବହୁ ଉତଥାନ ଓ ପତ୍ତନ ଦେଇ ଅମିତାଭ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ବୟସର ଅପରାହ୍ନରେ ବି ଅମିତାଭ ଫ୍ୟାନଙ୍କ ଓଠରେ ଧାରେ ହସ ପାଇଁ ପରିଶ୍ରମ କରୁଛନ୍ତି। ଏବେ ବି ସେ ସୁଟିଂ ସେଟରେ କାମ ସାରି ବିଳମ୍ବରେ ଘରକୁ ଫେରିଥାନ୍ତି। ୧୯୬୯ ରେ ରିଲିଜ ହୋଇଥିବା ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ଅମିତାଭ ବଲିଉଡରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେବେ ଠାରୁ ସେ ଆଉ ପଛକୁ ଫେରି ନାହାନ୍ତି।

ତାଙ୍କ ହିଟ୍ ଫିଲ୍ମ ମଧ୍ୟରେ କଭି ଖୁସି କଭି ଗମ୍, ଶେହେନସା, ଚେହେରେ, ରନୱେ ୩୪, ଝୁଣ୍ଡ, ଦିୱାର, ଡନ୍, ହମ୍, ଅଗ୍ନିପଥ ଇତ୍ୟାଦି ରହିଛି, ଯାହାକୁ ଦର୍ଶକେ ଏବେ ବି ପସନ୍ଦ କରିଥାନ୍ତି।

Share

Leave a Reply