କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ସୁବିଧା କମିବ କି? ରିୱାର୍ଡ ପଏଣ୍ଟ ଏବଂ ଅଫର୍ସରେ ବଡ଼ ଧରଣର କାଟ୍ କରିଛନ୍ତି ବିଭିନ୍ନ ବ୍ୟାଙ୍କ

You are currently viewing କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ସୁବିଧା କମିବ କି? ରିୱାର୍ଡ ପଏଣ୍ଟ ଏବଂ ଅଫର୍ସରେ ବଡ଼ ଧରଣର କାଟ୍ କରିଛନ୍ତି ବିଭିନ୍ନ ବ୍ୟାଙ୍କ

ଭୁବନେଶ୍ୱର: ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଦଳୁଥିବା ଆର୍ଥିକ ସ୍ଥିତି ମଧ୍ୟରେ ବ୍ୟାଙ୍କଗୁଡିକ ଏବେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ବଡ଼ ଝଟକା ଦେଇଛନ୍ତି। କାର୍ଡରେ ମିଳୁଥିବା ରିୱାର୍ଡ ପଏଣ୍ଟ ଏବଂ ଅଫର୍ସରେ ବଡ଼ ଧରଣର କାଟ୍ କରିଛନ୍ତି ବିଭିନ୍ନ ବ୍ୟାଙ୍କ।

ବ୍ୟାଙ୍କମାନେ ଏବେ କ୍ରେଡିଟ୍ କାର୍ଡ ସୁବିଧାରେ କଟକଣା ଲଗାଇଛନ୍ତି। ବିମାନବନ୍ଦର ଲାଉଞ୍ଜ୍ ଆକ୍ସେସ୍, ମାଗଣା ମୁଭି ଟିକେଟ୍ ଏବଂ ରିୱାର୍ଡ ପଏଣ୍ଟ ଭଳି ସୁବିଧାଗୁଡ଼ିକୁ କମାଇ ଦିଆଯାଇଛି। କେବଳ ସେତିକି ନୁହେଁ, ଏହି ସୁବିଧା ପାଇବା ପାଇଁ ଏବେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

କେଉଁ ବ୍ୟାଙ୍କ କ’ଣ ବଦଳାଇଲା?

  • ଆମେରିକାନ୍ ଏକ୍ସପ୍ରେସ୍: ୯ ମାର୍ଚ୍ଚରୁ ଏହାର ପ୍ଲାଟିନମ୍ ଟ୍ରାଭେଲ କାର୍ଡରେ ରିୱାର୍ଡ ଅଧା କରିଦେଇଛି। ପୂର୍ବରୁ ୧.୯ ଲକ୍ଷ ଟଙ୍କା ଖର୍ଚ୍ଚରେ ୧୫,୦୦୦ ପଏଣ୍ଟ ମିଳୁଥିବା ବେଳେ, ଏବେ ମାତ୍ର ୭,୫୦୦ ପଏଣ୍ଟ ମିଳିବ।
    -ଏସ୍ ବି ଆଇ କାର୍ଡ: ବାର୍ଷିକ ୮ଟି ଲାଉଞ୍ଜ୍ ଭିଜିଟ୍ ସୁବିଧାକୁ କମାଇ ଏବେ ୪ଟି କରିଦିଆଯାଇଛି।
  • ଆଇସିଆଇସିଆଇ ବ୍ୟାଙ୍କ: ପ୍ଲାଟିନମ୍ କାର୍ଡରେ ମିଳୁଥିବା ମାଗଣା ମୁଭି ଟିକେଟ୍ ସୁବିଧାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି।
  • ଏକ୍ସିସ ବ୍ୟାଙ୍କ: କାର୍ଡ ବନ୍ଦ କରିବାର ୩୦ ଦିନ ମଧ୍ୟରେ ହିଁ ରିୱାର୍ଡ ପଏଣ୍ଟ ଶେଷ ହୋଇଯିବାର ନୂଆ ନିୟମ ଆଣିଛି।
  • ସ୍କାପିଅ କାର୍ଡ: ଲାଉଞ୍ଜ୍ ସୁବିଧା ପାଇବା ପାଇଁ ମିନିମମ୍ ଖର୍ଚ୍ଚ ସୀମା ୧୦,୦୦୦ ରୁ ବଢ଼ାଇ ୨୦,୦୦୦ ଟଙ୍କା କରାଯାଇଛି।
  • ଏଚଡିଏଫସି ବ୍ୟାଙ୍କ ମଧ୍ୟ ରିୱାର୍ଡ କମାଇବାକୁ ନିଷ୍ପତ୍ତି ନେଇଥିଲା, କିନ୍ତୁ ଗ୍ରାହକଙ୍କ ପ୍ରବଳ ବିରୋଧ ଯୋଗୁଁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି।
    ଯଦି ଆପଣ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଖର୍ଚ୍ଚ କରିବା ପୂର୍ବରୁ କାର୍ଡର ନୂଆ ନିୟମ ଓ ସର୍ତ୍ତାବଳୀକୁ ଭଲ ଭାବେ ପଢ଼ି ନିଅନ୍ତୁ। କାରଣ ଏବେ କ୍ରେଡିଟ୍ କାର୍ଡରୁ ପୂର୍ବ ଭଳି ଫାଇଦା ପାଇବା ସହଜ ହେବ ନାହିଁ।
Share

Leave a Reply