ଅନୁଗୁଳ: ଗତ କିଛି ମାସ ଧରି ବିଜୁ ମଇଦାନ ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଅନୁଗୁଳ ସହର ଭିତରେ ହେଲଥ୍ କରିଡ଼ର ସାଙ୍ଗକୁ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଚି। ଏସବୁ ଭିତରେ ବିଜୁ ମଇଦାନ ଚାରିପଟେ ରଙ୍ଗୀନ ଆଲୋକ ବ୍ୟବସ୍ଥା ପରିବେଶକୁ ନୂଆ ରୂପ ଦେଇଛି। କିନ୍ତୁ କିଛି ମଦୁଆ କି ଦିନ କି ରାତି ପଡିଆ ଭିତରେ ଓ ବାହାରେ ବସି ମଦ ପିଉଛନ୍ତି। ଖାଲି ପିଉ ନାହାନ୍ତି ପଡିଆକୁ ବୁଲି ଆସୁଥିବା ପରିବାର ଲୋକଙ୍କୁ, ବିଶେଷ କରି ଛାତ୍ରୀ ଓ ମହିଳା ମାନଙ୍କୁ କମେଣ୍ଟ ମାରିବା,ଗାଳି ଗୁଲଜ କରୁଛନ୍ତି।ପୋଲିସ ରେ ଅଭିଯୋଗ କଲେ ମଦୁଆଙ୍କୁ ନେଇ ଥାନାରେ କିଏ କଣ କରିବ। ତାପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ମଦୁଆ ମାନଙ୍କ ଯୋଗୁଁ ବିଜୁ ମଇଦାନର ପରିବେଶ କଳୁଷିତ ହେବାରେ ଲାଗିଚି। ତେଣୁ ଏଠାରେ ନିୟମିତ ପୋଲିସ ପାଟ୍ରୋଲିଙ୍ଗ କରାଯିବାକୁ ସାଧାରଣରେ ଦାବି ହେଉଛି।
ବିଜୁ ମଇଦାନ ପାଲଟିଛି ମଦୁଆଙ୍କ ଆଡ୍ଡା
- Post published:January 28, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
