ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଆଥାଇ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

You are currently viewing ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଆଥାଇ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ମଧ୍ୟ ପ୍ରଦେଶରେ ଅନୁଷ୍ଠିତ ଜାତୀୟ ମୁଆଥାଇ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଅନୁଗୁଳର ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ବିଜୁ ଯୁବ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ମହେଶ ସାହୁ ସମସ୍ତ ପ୍ରତିଯୋଗୀ ଓ କୋଚଙ୍କୁ ସମ୍ମାନିତ କରିଥିଲେ। ଏଥିସହ ଅଭିଭାବକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ଭକ୍ତିପ୍ରସାଦ ଦାସ, ମ୍ୟୁନିସିପାଲିଟି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ରାଉତ, ଶଙ୍ଖପୁର ସରପଞ୍ଚ ଜ୍ୟୋତିର୍ମୟୀ ଦେହୁରୀ, କାଉନସିଲର ବଳରାମ ଜେନା, ମମତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଯୁବ ବିଜେଡି ଡିଜିଟାଲ ସମ୍ପାଦକ ପ୍ରଶାନ୍ତ ଦେହୁରୀ, ଅମିତ ଦାସ, ପଙ୍କଜ ମହାପାତ୍ର ଓ ଆଦିତ୍ୟ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share

Leave a Reply