ବିକାଶ ହତ୍ୟାକାଣ୍ଡ ମାମଲା: ପ୍ରେମ ପାଇଁ ସୁପାରି କିଲିଂ,ମୁଖ୍ୟ ଅଭିଯୁକ୍ତ ଗିରଫ

You are currently viewing ବିକାଶ ହତ୍ୟାକାଣ୍ଡ ମାମଲା: ପ୍ରେମ ପାଇଁ  ସୁପାରି କିଲିଂ,ମୁଖ୍ୟ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କୋରଡ଼ା ଗାଁ ବିକାଶ ବେହେରା ମର୍ଡର ମିଷ୍ଟ୍ରିର ଖୁଲାସା କରିଛି ଜରପଡା ପୋଲିସ। ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ହତ୍ୟାକାଣ୍ଡର ସମସ୍ତ ଦିଗ ଉପରେ ସୂଚନା ଦିଆଯାଇଛି।

ଏହି ରିପୋର୍ଟ ଅନୁସାରେ ଗତ ଡିସେମ୍ବର ୨ ତାରିଖରେ ମୃତକ ବିକାଶର ବାପା ଅରୁଣ ବେହେରା ଥାନାରେ ଅଭିଯୋଗ କରିଥିଲେ କି, ଗତ ୨୬ ତାରିଖ ସନ୍ଧ୍ୟା ୮ଟା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଗାଁ କୋରଡ଼ା ହାଇସ୍କୁଲ ଛକ ନିକଟରୁ ଏକ ବୋଲେରୋ ଯୋଗେ ବିକାଶକୁ ଉଠାଇ ନେଇଛନ୍ତି। ସେ ବହୁ ଖୋଜା ଖୋଜି କରି ପୁଅର ସନ୍ଧାନ ପାଉନାହାନ୍ତି। ପୋଲିସ ଅଭିଯୋଗ ପାଇଲା ପରେ ସଂଗେ ସଂଗେ ତିନୋଟି ଟିମ୍ ଗଠନ କରି ଘଟଣା ନେଇ ଅନୁସନ୍ଧାନ ଆରମ୍ଭ କରି ଦେଇଥିଲେ।ତନାଘନାରୁ ପୋଲିସକୁ ସୂଚନା ମିଳିଲା କି ଏ କାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି କଣିହାଁ ଯାମ୍ବୁଯୋଡ଼ି ଗାଁର ସଂଜିଲ ପ୍ରଧାନ। ଏହାପରେ ପୋଲିସ ସଂଜିଲକୁ ଉଠାଇ ନେବାରୁ ସେ
ସବୁ ସତ ମାନିଯାଇଥିଲା। ସଂଜିଲ ଅନ୍ୟ କିଛି ସହଯୋଗୀଙ୍କ ସହାୟତାରେ ବିକାଶକୁ ଉଠାଇ ନେବାପରେ କଣିହାଁ ବାରିହାପୂର ଜଙ୍ଗଲକୁ ନେଇଥିଲେ। ସେଠାରେ ଏକ ରସି ସାହାଯ୍ୟରେ ବିକାଶର ତଣ୍ଟି ଚିପି ହତ୍ୟା କରିବା ପରେ ମୋଟଙ୍ଗା ଥାନା ଘୋଡାଡ଼ିଆଁ ଗାଁର ଆମ୍ବବନ୍ଧରେ ଲାସକୁ ପଥରରେ ବାନ୍ଧି ପକାଇ ଦେଇଥିଲା। ଭାବିଥିଲା ସବୁ ପ୍ରମାଣ ଲିଭିଗଲା। ହେଲେ ସବୁ ବିଫଳ ହେଲା। ସଂଜିଲ ପୋଲିସ ଗାଡିରେ ଯାଇ ମର୍ଡର ସିନ ଦେଖାଇଥିଲା।
ପୋଲିସ ଏକଥା ମଧ୍ୟ କହିଛି ଯେ, ଜଣେ ଅଭିଯୁକ୍ତର ଝିଆରୀ ସହ ବିକାଶର ପ୍ରେମ ସମ୍ପର୍କ ରହିଥିଲା। ତେଣୁ ଏଇ ରାଗରେ ସେ ସଂଜିଲକୁ କିଛି ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇ ମର୍ଡର ପ୍ଲାନ୍ କରାଇଥିଲା।

ପୋଲିସ ସଂଜିଲକୁ ଆଇପିଶିର ଦଫା ୩୬୫,୩୦୨,୨୦୧,୩୪ ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଛି। ତା ଠାରୁ ଗୋଟେ ବାଇକ୍ ଜବତ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଛି। ଖୁବ୍ ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ପୋଲିସ ପ୍ରକାଶ କରିଛି।

Share

Leave a Reply