ଅନୁଗୁଳ: ଆଜି ସକାଳ ପ୍ରାୟ ସାଢେ଼ ପାଞ୍ଚଟା ସମୟରେ ଅନୁଗୁଳ ପୌରାଞ୍ଚଳ ୪ ନମ୍ବର ୱାର୍ଡ କଂଗ୍ରେସ ଭବନ ପାଖ ଏକ ସୁନା ଦୋକାନ ସାମନାରୁ ଏକ ପଲସର୍ ବାଇକ୍ ଚୋରି ହୋଇଯାଇଛି। ଇଶ୍ମାଇଲ ସେଖ ନାମକ ବ୍ୟକ୍ତି ଉକ୍ତ ସୁନା ଦୋକାନରେ କାମ କରନ୍ତି। ସେ ନିଜ ବାଇକ୍ଟିକୁ ଦୋକାନ ସାମନାରେ ରଖି ଭିତରକୁ ଯାଇ କାମ କରିଥିଲେ। କିଛି ସମୟ ପରେ ଦେଖିଲେ ତାଙ୍କ ଗାଡ଼ିଟି ନାହିଁ। ଦୋକାନର ସିଶି ଟିଭି ଯାଞ୍ଚରୁ ଦେଖିବାକୁ ମିଳିଲା ଗୋଟିଏ ବାଇକ୍ରେ ଦୁଇ ଜଣ ଆସୁଛନ୍ତି ଏବଂ ଦୋକାନ ସାମନାରେ ଥିବା ସବୁ ଗାଡ଼ିକୁ ଚେକ୍ କରୁଛନ୍ତି ଏବଂ ଇସ୍ମାଇଲ ହେଣ୍ଡଲ ଲକ୍ ପକାଇ ନ ଥିବାରୁ ତାଙ୍କ ଗାଡ଼ିଟିକୁ ନେଇ ଯାଉଛି। ଏ ନେଇ ଇଶ୍ମାଇଲ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଦୋକାନ ସାମନାରୁ ବାଇକ୍ ଚୋରି
- Post published:February 11, 2023
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik
 
	Tags: Angul
	
	




 
																 
																 
																