ରାତି ଅଧିଆ ବାଇକ ଚୋରି, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

You are currently viewing ରାତି ଅଧିଆ ବାଇକ ଚୋରି, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଟାଉନସିପ ଅଞ୍ଚଳରେ ଗତ କାଲି ଏକ ବାଇକକୁ ଚୋରମାନେ ଚୋରି କରି ନେଇଯାଇଛନ୍ତି। ଏହି ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି।

ସୂଚନାଯୋଗ୍ୟ ଯେ, ଗତକାଲି ରାତି ୮ ଟାରେ ନାଲକୋ ଟାଉନସିପ ଅଞ୍ଚଳର ଅନୁପ କୁମାର ନାଥଙ୍କ ବାଇକ ଚୋରି ହୋଇଯାଇଥିବା ନେଇ ଆଜି ସେ ନାଲକୋ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରିବା ବେଳେ ସିସିଟିଭିରେ ପୂରା ଚୋରିର ଦୃଶ୍ୟ କଏଦ ହୋଇଥିବା ଦେଖିବାକୁ ମିଳିଛି। ଏ ନେଇ ନାଲକୋ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

Share

Leave a Reply