ବାଇକ୍‌ ଚାଳକ କବାଡି ପିଲାଙ୍କୁ କୂଲ୍ଫି ଦେଲେ

You are currently viewing ବାଇକ୍‌ ଚାଳକ କବାଡି ପିଲାଙ୍କୁ କୂଲ୍ଫି ଦେଲେ

 

ଅନୁଗୁଳ:‌ ଆଜି ସନ୍ଧ୍ୟା ବେଳେ ସଂଜୀବନୀ ମାର୍କେଟରେ ସପିଙ୍ଗ ପାଇଁ ପହଞ୍ଚିଲେ ଜଣେ ଶୌକିଆ ବାଇକ୍‌ ଚାଳକ। ଏମିତି ସେମିତି ବାଇକ୍‌ ନୁହଁ ୨୨ ଲକ୍ଷିଆ ବାଇକ୍‌। ବଜାର ସାରା ଲୋକ ଯେଉଁଠି‌ ବାଇକ୍‌କୁ ନଜର କରୁଥାନ୍ତି ଠିକ୍‌ ସେତେବେଳେ ଯୁଟିଗଲେ କିଛି କବାଡି ପିଲା। ଗାଡ଼ିକୁ ତ ଆଉଁଶି ପକାଇଲେ।

ଚାଳକଙ୍କୁ କହିଲେ ବାବୁ ୟେ ପୁରା ନୂଆ ଗାଡି ଫିଲ୍ମରେ ହିରୋ ମାନେ ଚଢ଼ନ୍ତି।‌ ଆପଣ ବି ହିରୋ ଭଳି ଦିଶୁଛନ୍ତି। ଆମକୁ କିଛି ଖର୍ଚ୍ଚ ଦେଉନାହାନ୍ତି? କଣ ଭାବିଲେ କେଜାଣି ବାଇକ୍‌ ଚାଳକ ଜଣକ ସବୁ ପିଲାଙ୍କୁ ପାଖ ଆଇସକ୍ରିମ ଦୋକାନକୁ ନେଇ ଗୋଟେ ଗୋଟେ କୁଲ୍ଫୀ ଦେଲେ। ଏଥର ପିଲାଙ୍କ ଖୁସି ଦେଖେ କିଏ।ଆଇସକ୍ରିମ ଚାଟି ଚାଟି ପିଲେ ନିଜ ରାସ୍ତାରେ ଚାଲିଗଲେ।

Share

Leave a Reply