ଅନୁଗୁଳ: ଆଜି ଶତାଧିକ ବ୍ଲକ ଗ୍ରାଣ୍ଟ ଶିକ୍ଷକ ବିଭିନ୍ନ ଦାବି ନେଇ ଅନୁଗୁଳ ଡିଇଓ ଅଫିସ ଆଗରେ ବିକ୍ଷୋଭ ସଭା କରିବା ସହ ସେମାନଙ୍କ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପ୍ରଦାନ କରିଥିଲେ।ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ଦେବା,ନୂତନ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କୁ ପେନସନ ଦେବା,ସପ୍ତମ ବେତନ କମିଶନ ହାରରେ ଦରମାଦେବା,ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା,ଗ୍ରେଡ ପେ ରେ ଥିବା ଅସଙ୍ଗତି ଦୂର କରିବା, ବିପିଏଡ୍, ସିପିଏଡ୍ ଯୋଗ୍ୟତାଧାରି ଶିକ୍ଷକ ମାନଙ୍କୁ ଟିଯି ସ୍କେଲ୍ ପ୍ରଦାନ କରିବା ଆଦି ଦାବି ନେଇ ଶତାଧିକ ଶିକ୍ଷକ ବିକ୍ଷୋଭ ସଭାରେ ଯୋଗ ଦାନ କରିଥିଲେ। ଓଷ୍ଟା ସଭାପତି ଭାସ୍କର ସାହୁ ଓ ସମ୍ପାଦକ ରଞ୍ଜନ କୁମାର ଦାଶ ସଭାର ନେତୃତ୍ଵ ନେଇଥିଲେ ।
ଡିଇଓ ଅଫିସ ଆଗରେ ଶିକ୍ଷକମାନଙ୍କ ବିକ୍ଷୋଭ
- Post published:August 9, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul


