କମ୍ଯୁନିଟି ସେଣ୍ଟରର ବିଲ ପାସ୍ ହେଉ ନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଢିପ ସାହିବାସୀ

You are currently viewing କମ୍ଯୁନିଟି ସେଣ୍ଟରର ବିଲ ପାସ୍ ହେଉ ନଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଢିପ ସାହିବାସୀ

ଅନୁଗୁଳ : ବିଲ ପାସ୍ ହେଉନଥିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇଛନ୍ତି ଅନୁଗୁଳ ବ୍ଲକ ଧୋକୁଟାର ଢିପ ସାହିବାସୀ। ଢିପ ସାହିବାସୀଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୨୦୧୮/୧୯ ମସିହାରେ ସାଂସଦ ତଥାଗତ ଶତପଥୀଙ୍କ ଅନୁଦାନ ପାଣ୍ଠିରୁ ତିନି ଲକ୍ଷ ଟଙ୍କା କମ୍ଯୁନିଟି ସେଣ୍ଟର ଅଟକଳ ଦିଆଯାଇଥିଲା।

ଆଠ ମାସ ହେବ କମ୍ଯୁନିଟି ସେଣ୍ଟର କାମ ଶେଷ ହୋଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ ବିଲ ପାସ୍ ହୋଇପାରିନାହିଁ। ଫଳରେ ଢିପ ସାହିବାସୀ ବାରମ୍ବାର ବ୍ଲକରେ ଅଭିଯୋଗ କରିଥିଲେ। କିନ୍ତୁ କେହି ନ ଶୁଣିବାରୁ ଗ୍ରାମବାସୀ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

Share

Leave a Reply