ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ପକ୍ଷରୁ ବିଷୁବ ମିଳନ

You are currently viewing ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ପକ୍ଷରୁ ବିଷୁବ ମିଳନ

ଅନୁଗୁଳ: ଆଜି ସ୍ଥାନୀୟ ଅମଲାପଡ଼ା ବାସନ୍ତୀ ପାଠାଗାର ପରିସରରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ପକ୍ଷରୁ ଏକ ବିଷୁବ ମିଳନ ଆୟୋଜିତ ହୋଇଥିଲା। ପୂର୍ବତନ ଟାମଡା
ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦ୍ଘାଟନ କରିଥିଲେ।ଅବସର ପରେ କର୍ମଚାରୀ ମାନେ ନିଜକୁ ଦୁର୍ବଳ ନଭାବି ମାଟି,ମା ଓ ସମାଜ ପାଇଁ କିଛି ଗଠନ ମୂଳକ କାର୍ଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ପରାମର୍ଶ ଦେଇଥିଲେ।ସରୋଜ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ସମାରୋହରେ ଅବସରପ୍ରାପ୍ତ ଡାକ ଅଧିକ୍ଷକ ବିଜୟ କୁମାର ଦାସ,ଡାକ ପ୍ରେସ ମ୍ୟାନେଜର ଜୀବନ ସାହୁ,ଉପ ଅଧିକ୍ଷକ ଗତି କୃଷ୍ଣ ଦାଶ,ପୋଷ୍ଟ ମାଷ୍ଟର ବାଳକୃଷ୍ଣ ଭୋଇ,ଡେପୁଟି ପୋଷ୍ଟ ମାଷ୍ଟର ବଟକୃଷ୍ଣ
ନାଏକ,ଆକାଉଣ୍ଟସ ଅଫିସର ଅଶ୍ୱିନୀ ସ୍ୱାଇଁଙ୍କ ସମେତ ଅନୁଗୁଳ ପୋଷ୍ଟ ମାଷ୍ଟର ମମତା ପଣ୍ଡା ଓ ଡାକ ନିରୀକ୍ଷକ କୁଶଲ ମାହାଲି ଯୋଗ ଦେଇ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ର ମାହାତ୍ମ୍ୟ ଉପରେ ଆଲୋଚନା କରିଥିଲେ। ଏହାଛଡା ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଏହାର ପ୍ରତିକାର ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଶତାଧିକ କର୍ମଚାରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।ଏହାଛଡା ସିମିଳିପଡା ମେଗା କ୍ଲବ,ଆଡ଼ଭୋକେଟ ରାଜକିଶୋର ମହାରଣାଙ୍କ ନେତୃତ୍ୱରେ ସାନ୍ଧ୍ୟ କଲେଜ ଓ ସରୋଜ ସାହୁଙ୍କ ନେତୃତ୍ୱରେ କଳାକାର ମାନଙ୍କୁ ନେଇ ବାସନ୍ତି ପାଠାଗାର ରେ ବିଷୁବ ସମାରୋହ ଓ ସଙ୍ଗୀତ ଆସର ଆୟୋଜିତ ହୋଇଯାଇଛି।

Share

Leave a Reply