ଅନୁଗୁଳ: ସ୍ଥାନୀୟ କଳାକାର ଭବନ ଠାରେ ରବିବାର ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। କବୟିତ୍ରୀ ଇନ୍ଦିରା ଦାଶଙ୍କ ମଞ୍ଚ ପରିଚାଳନାରେ ଆୟୋଜିତ ଏହି ସମାରୋହରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି, ଡା ଶାନ୍ତନୁ କୁମାର ସର ମୁଖ୍ୟ ବକ୍ତା ଏବଂ ନାଟ୍ୟ ନିର୍ଦ୍ଦେଶକ ନବଦୀପ ମହାଳିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସଭାରେ ଆଜି ନାଟକରେ ସମସ୍ୟା ଓ ଏହାର ସମାଧାନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବସନ୍ତ ଦାସ,ବିଭୂତି ଶତପଥୀ,ବିଜୟ ଦାସ ରାଧାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କଳାକାରର ସଭାପତି ଭୂପେଶ ପ୍ରଧାନ ଉପସଭାପତି ଦେବବ୍ରତ ପଟ୍ଟନାୟକ,ସମ୍ପାଦକ ବିଭୂତି ମହାପାତ୍ର, ସହସମ୍ପାଦକ ପ୍ରଶାନ୍ତ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଅନୁଗୁଳରେ ବିଶ୍ଵ ନାଟ୍ୟ ଦିବସ ପାଳିତ
- Post published:March 28, 2022
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Biswaranjan Pattnaik

Tags: Angul