ଶିମିଳିପଡାରେ ବୈଦିକ ବିଶ୍ୱ ଶାନ୍ତି ମହାଯଜ୍ଞ

You are currently viewing ଶିମିଳିପଡାରେ ବୈଦିକ ବିଶ୍ୱ ଶାନ୍ତି ମହାଯଜ୍ଞ

ଅନୁଗୁଳ: ଶିମିଳିପଡା ଭାଗବତ ପରିବାର ପକ୍ଷରୁ ଦ୍ଵିତୀୟ ଏକୋଇଶି କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ ମାଘ ମାସ କୃଷ୍ଣପକ୍ଷ ପ୍ରତିପଦ ତିଥିରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ସକାଳେ ଧ୍ବଜା ଉତ୍ତୋଳନ ପରେ ଯଜ୍ଞକର୍ମ ଅନୁଷ୍ଠିତ ହୋଇଥିଲା। ବିଶ୍ୱବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ,ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ଏହି ଯଜ୍ଞ ଆୟୋଜିତ ହୋଇଥିଲା। ୨୧ ଯୋଡ଼ା ଦମ୍ପତି ଏହି ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ। ଅପରାହ୍ଣରେ ଯଜ୍ଞର ପୂର୍ଣ୍ଣାହୂତି ସହ ପ୍ରସାଦ ସେବନ ଆୟୋଜିତ ହୋଇଥିଲା।ଭାଗବତ ପରିବାର କର୍ମକର୍ତା ମାନେ ସମାରୋହ ପରିଚାଳନା କରିଥିଲେ।

Share

Leave a Reply