ଅନୁଗୁଳ: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅନୁଗୁଳ ବ୍ଲକ ତୁମୁଣୀ କୁକୁଟେଶ୍ଵର ମନ୍ଦିରରେ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠତି ହୋଇଛି। ଇଂରାଜୀ ନବ ବର୍ଷ ଆରମ୍ଭରେ ପାଳିତ ହୋଇ ଆସୁଥିବା ଏହି ଯଜ୍ଞରେ ଚଳିତ ବର୍ଷ ପ୍ରାୟ ୫୦ ହଜାର ଲୋକଙ୍କ ସମାବେଶ ହୋଇଥିଲା। ଯଜ୍ଞରେ ସାଧାରଣ ଜନତାଙ୍କ ସହିତ ପ୍ରଶାସକ ଓ ରାଜନେତା ମଧ୍ୟ ଯୋଗଦେଇଥିଲେ। ହଜାର ହଜାର ଜନତାଙ୍କ ସମାଗମକୁ ଦୃଷ୍ଟିରେ ରଖି ଯାନବାହାନ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ପାଇଁ ବନ୍ତଳା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏ ଅବସରରେ ବେପାରୀଙ୍କ ବେପାର ମଧ୍ୟ ଜମିଥିଲା। ତେବେ କୁକୁଟେଶ୍ଵର ମନ୍ଦିରକୁ ଯିବା ପାଇଁ ସ୍ଥାୟୀ ରାସ୍ତା ନ ଥିବାରୁ ଲୋକେ ହଇରାଣ ହୋଇଥିବା ଦେଖାଯାଇଛି।
ନୂଆ ବର୍ଷରେ କୁକୁଟେଶ୍ଵର ମନ୍ଦିରରେ ବିଶ୍ଵଶାନ୍ତି ଯଜ୍ଞ, ଯୋଗ ଦେଲେ ୫୦ ହଜାର ଲୋକ
- Post published:January 1, 2023
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Angul TV Bureau
