ଅନୁଗୁଳ: ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତବ୍ୟପଥରେ ଅନୁଷ୍ଠିତ ଜାତୀୟ ପରେଡ ଓ ସାଂସ୍କୃତିକ ସମାରୋହରେ ଅଦୃତା ଶିଶୁ ଗୃହ ଅନୁଗୁଳର ୬ଜଣ ଝିଅ ଲୋକ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ୬ ଜଣିଆ ଦଳର ବିଶ୍ୱପୂଜ୍ୟା ଓ ଲିଲି ନାମକ ଦୁଇ ଜଣ ନୃତ୍ୟାଙ୍ଗନା ଦିଲ୍ଲୀରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ। ଶ୍ରୀ ପ୍ରଧାନ ଦୁଇ ନୃତ୍ୟାଙ୍ଗନାଙ୍କୁ ଅନୁଗୁଳରୁ ଦିଲ୍ଲୀ ଯାଏଁ ସେମାନଙ୍କ ଯାତ୍ରା ଓ ସାଧନାର କାହାଣୀ ଶୁଣି ସାବାସି ଦେଇଥିଲେ ଏବଂ ନାରିଶକ୍ତିର ଅଭ୍ୟୁଦୟ ପାଇଁ ସେମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ।
1
f600b249-5c54-442c-a949-d6bc81000fab