ବିଶ୍ୱାସେ ମିଳଇ ହରି.……

You are currently viewing ବିଶ୍ୱାସେ ମିଳଇ ହରି.……

ଅନୁଗୁଳ: ଚା’ ଖଟିରୁ କଥା ଟିଏ। ଚା’ ଦୋକାନ ମାଲିକ କହିବା ଅନୁସାରେ ଦେବନାଥ ଜଣେ ଫେରିଵାଲା। ଆଲୁମିନିୟମ କଡେଇ,ଡେକଚି ବେପାର। ବଡି ଭୋର ସମୟରୁ ଚା’ ଖଟିରେ ଚା’ ପିଇ ବେପାର ପାଇଁ ସହର ବାହାରକୁ ଚାଲି ଯାଏ। ଦିନକର ଘଟଣା ଦିନ ୧୨ଟା ବାଜିଲାଣି। ଦେବନାଥ ତାଳଚେର ଡେରା କଲୋନୀ ଆଡେ ବୁଲୁଛି କିନ୍ତୁ କଣ ହେଇଛି କେଜାଣି ବଇନି ପଡିନି। ଲୁନାରେ ପଡିଥିବା ତେଲ ପଇସା ଉଠିବନି କି ନାହିଁ ସନ୍ଦେହ।ଦେବର ମନ ଗୋଳେଇଘାଣ୍ଟି ହେଲା। ହଠାତ ଦେବର ମନେ ପଡିଗଲା- ଆରେ ସେ ଆଜି ଚା’ ଖଟିର ବୁଲା କୁକୁର ଟାକୁ ବିସ୍କୁଟ ଦେଇନି।ସେଇଥିପାଇଁ ଏମିତି ହେଲାକି? ତୁରନ୍ତ ଘରେ ପୁଅ ପାଖକୁ ଫୋନ କଲା ,ବିସ୍କୁଟ ପକେଟ ଟିଏ ଦେବାକୁ କହିଲା। ଅନିଚ୍ଛା ସତ୍ତ୍ୱେ ପୁଅ ପାଞ୍ଚ ଟଙ୍କିଆ ବିସ୍କୁଟ ଟିଏ କିଣି ଅଧ ଘଣ୍ଟା କାଳ ଝାଳନାଳ ହୋଇ ଖୋଜିବା ପରେ ସେ ନିର୍ଦିଷ୍ଟ କୁକୁରକୁ ଖୋଜି ବିସ୍କୁଟ ଦେଲା।ବାପାକୁ ମଧ୍ୟ ଫୋନ କଲା। ସେଦିନ କେତେ ବେପାର ଦେବ କଲା ନ କଲା ଆମକୁ ଜଣାନାହିଁ। କିନ୍ତୁ ସନ୍ଧ୍ୟା ବେଳକୁ ତା ମୁହଁରେ ଆତ୍ମ ପ୍ରତ୍ୟୟର ହସ ଝରୁଥିଲା। ଆମେ ହେତୁ ବାଦୀ କି ପରମ୍ପରାବାଦୀ ନୋହୁଁ, କିନ୍ତୁ ଏତିକି କହିପରିବୁ ବିଶ୍ୱାସେ ମିଳଇ ହରି …. ତର୍କେ ବହୁ ଦୂର ।

Share

Leave a Reply