ଅନୁଗୁଳ: ମୋଦୀ ସରକାର ଜଳ ଜୀବନ ମିଶନ ଯୋଜନାରେ ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୩୬୦୮ କୋଟି ଟଙ୍କା ଓଡିଶାକୁ ଦେଇଛନ୍ତି। କିନ୍ତୁ ନବୀନ ସରକାର ନିଜ ଷ୍ଟିକର ଲଗାଇ ଲୋକଙ୍କୁ ଭୁଲାଇବାକୁ ଚେଷ୍ଟା କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାର ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ଲକ୍ଷ ରଖା ଯାଇଥିଲା। କିନ୍ତୁ ରାଜ୍ୟ ସରକାର ଲୋକଙ୍କ ସଠିକ ତାଲିକା ଦେଇ ପାରିଲେନାହିଁ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର କାରଖାନା ପାଇଁ ୧୩୫୦୦ କୋଟି, ଥର୍ମାଲ ପ୍ଲାଣ୍ଟ ପାଇଁ ୧୦ ହଜାର କୋଟି, ତାଳଚେର ମେଡିକାଲ କଲେଜ ପାଇଁ ୧୫୦୦ କୋଟି ଟଙ୍କା ଦେଇଛନ୍ତି। ରାଜ୍ୟ ସରକାର ମେଡିକାଲ କଲେଜକୁ ଚଳାଇବାରେ ଅକ୍ଷମ ଥିବା ବେଳେ ଡିଏମଫ ଫଣ୍ଡ ଉପଯୋଗରେ ଦୁର୍ନୀତି ଅଭିଯୋଗ ହେଇଚି। ଶାସକ ଦଳର ବିଧାୟକ କମ୍ପାନୀ ଠାରୁ ଚାନ୍ଦା ପାଇଁ ବାରମ୍ବାର ଖଣି ବନ୍ଦ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗୁଳ ଗସ୍ତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛି ବିଜେପି।ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ପ୍ରଧାନ,ବରିଷ୍ଠ ନେତା କାଳନ୍ଦୀ ସାମଲ, ପୁର୍ବତନ ସାଂସଦ ରୁଦ୍ର ପାଣି,ଦିଲୀପ ପ୍ରଧାନ,ସୁଦୀପ ଗଡନାୟକ,ଯଯାତି ପଟନାୟକ ଓ ଅନ୍ୟ ବହୁ ବିଜେପି କର୍ମକର୍ତା ଯୋଗ ଦେଇଥିଲେ।
କେନ୍ଦ୍ର ଯୋଜନାକୁ ବିଜେଡି ନିଜ ଷ୍ଟିକର ଲଗାଉଛି: ବିଜେପି
- Post published:December 28, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
