ଅନୁଗୁଳରେ ଜନ ସମ୍ପର୍କ ପଦଯାତ୍ରା: ନବୀନ ଓଡ଼ିଶାର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ

You are currently viewing ଅନୁଗୁଳରେ ଜନ ସମ୍ପର୍କ ପଦଯାତ୍ରା: ନବୀନ ଓଡ଼ିଶାର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ

ଅନୁଗୁଳ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଅନୁଗୁଳରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏ ଅବସରରେ ଜିଲ୍ଲାର ବେଡା ଶାସନ ପଞ୍ଚାୟତ, ବଅଁରପାଳ ପଞ୍ଚାୟତ ଓ ୱାର୍ଡ ନଂ ୧ରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଜନ କଲ୍ୟାଣକାରୀ ଯୋଜନା ଏବଂ ନବୀନ ଓଡ଼ିଶାର ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ। ଏଥି ସହ ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଉଚିତ ସମାଧାନ ପାଇଁ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା।

ଅରୁଣାଭ ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପଦଯାତ୍ରାରେ ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ନଗର ବିଜେଡି ସଭାପତି ବୃନ୍ଦାବନ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଦେହୁରୀ, ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ନାଏକ, କାଉନସିଲର ସୁକାନ୍ତି ଦାସ, କାଉନସିଲର ସଦା ପଣ୍ଡା, ଜୋନ୍ ପର୍ଯ୍ୟବେକ୍ଷକ ଧରଣୀଧର ସାହୁ, ନିର୍ମଳ ଗଡ଼ନାୟକ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ଅଜିତ ଦ୍ବିବେଦୀ, ସୁଜିତ ଦ୍ବିବେଦୀ, ବଅଁରପାଳ ସରପଞ୍ଚ ଓ ସମିତି ସଭ୍ୟା ଉପସ୍ଥିତ ଥିଲେ।

Share

Leave a Reply