ମିଶ୍ରଣ ପର୍ବ: ବିଜେଡିରେ ଯୋଗ ଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

You are currently viewing ମିଶ୍ରଣ ପର୍ବ: ବିଜେଡିରେ ଯୋଗ ଦେଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଅନୁଗୁଳ: ଆଜି ଅନୁଗୁଳ ବ୍ଲକ ୨ ନଂ ଜୋନ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କରଡ଼ାସିଂହ ଗ୍ରାମରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଧାୟକ ରଜନୀକାନ୍ତ ସିଂହଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।

ଏ ଅବସରରେ ୧୦ ନଂ ୱାର୍ଡ ମେମ୍ବର ବିଶ୍ୱନାଥ ସାହୁ, ୧୬ ନଂ ୱାର୍ଡ ମେମ୍ବର ମମତା ନାଏକ, ପୂର୍ବତନ ୱାର୍ଡ ମେମ୍ବର ମୋହନ ସାହୁ, ପୂର୍ବତନ ୱାର୍ଡ ମେମ୍ବର ସିପୁ ମାଟିଆରି, ଜୟନ୍ତ ସାହୁ, ରାଜେଶ ସାହୁ, ନରେନ୍ଦ୍ର ସାହୁ, ରାକେଶ ସାହୁ, ସୌଭାଗ୍ୟ ପ୍ରଧାନ, ଗଗନ ସାହୁଙ୍କ ନେତୃତ୍ୱରେ ବ୍ରହ୍ମପୁର, ନନ୍ଦପୁର, ରାଜନଗର, ମଧୁପୁର, ଚନ୍ଦନପୁର, ମାଧପୁର, ହିଂସାଲୋଇ ଓ କରଡ଼ାସିଂହ ଗ୍ରାମର ବହୁ କର୍ମୀ ବିଜେଡିରେ ଯୋଗଦେଇଥିଲେ।

Share

Leave a Reply