ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ନିବେଦନ

You are currently viewing ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ନିବେଦନ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତ, ବଉଳିଗଡ଼ ଗ୍ରାମ ପଞ୍ଚାୟତ, ତୁଳସୀପାଳ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏହି ସମ୍ମିଳନୀରେ ଢେଙ୍କାନାଳ ଲୋକସଭା କ୍ଷେତ୍ର ବିଜେଡି ସାଂସଦ ପ୍ରାର୍ଥୀ ଡ଼ଃ ଅବିନାଶ ସାମଲ, ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଯୁକ୍ତା ସିଂହ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିପ୍ଳବ ଜେନା, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ, ଅନୁଗୁଳ ନିର୍ବାଚନ ମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଅରୂପ ଶ୍ରୀଚନ୍ଦନ, ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ ଉପ ସଭାପତି ବାଉରୀ ବନ୍ଧୁ ସାହୁ, ୨୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ନାଏକ, ତିନୋଟି ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ଓ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ସଙ୍ଗଠନ ଓ ଆଗାମୀ ନିର୍ବାଚନ ରଣନୀତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କିପରି ଯୋଡ଼ି ଶଙ୍ଖରେ ଲୋକମାନେ ଭୋଟ ଦେବେ ସେ ନେଇ ଉପସ୍ଥିତ ଅତିଥି ଉଦବୋଧନ ଦେଇଥିଲେ।

Share

Leave a Reply