ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଯୋଗ ଦେଲେ ଶତାଧିକ ବିଜେଡି ନେତା

You are currently viewing ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଯୋଗ ଦେଲେ ଶତାଧିକ ବିଜେଡି ନେତା

 

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ପଞ୍ଚାୟତ ଅନୁଗୁଳ ବ୍ଲକ ଅନ୍ତର୍ଗତ ବାରଗୌଣୀଆ ପଞ୍ଚାୟତର ବନ୍ତଳା ପଞ୍ଚାୟତ ବାଳୁଅକଟା ପଞ୍ଚାୟତ ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

ଏହି ସମ୍ମିଳନୀରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟିକା ପ୍ରାର୍ଥୀ ସଂଯୁକ୍ତା ସିଂହ, ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ, ସହ ପର୍ଯ୍ୟବେକ୍ଷକ ଅରୂପ ଶ୍ରୀଚନ୍ଦନ, ୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଧ୍ରୁବ ଚରଣ ଦେହୁରୀ, ବିଜେଡି ଉପ ସଭାପତି ବାଉରୀ ବନ୍ଧୁ ସାହୁ, ୨୭ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ନାଏକ, ଅନୁଗୁଳ ବ୍ଲକ ବିଜୁ ଜନତା ଦଳ ସଭାପତି ଦୁର୍ଯ୍ୟୋଧନ ସାହୁ, ନିର୍ମଳ ଗଡ଼ନାୟକ, ସରୋଜ ନାରାୟଣ ସାହୁ, ସୁବାଷ ଚନ୍ଦ୍ର ପଟ୍ଟନାୟକ, ୪ଟି ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ଓ ଦଳର ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

Share

Leave a Reply