ପଦ୍ମପୁରରେ ବିଜେଡିର ବିପୁଳ ପରେ ଅନୁଗୁଳରେ ବିଜୟ ଉତ୍ସବ, ବାଇକ୍ ଶୋଭାଯାତ୍ରା କଲେ ଶତାଧିକ ଯୁବ କର୍ମୀ

You are currently viewing ପଦ୍ମପୁରରେ ବିଜେଡିର ବିପୁଳ ପରେ ଅନୁଗୁଳରେ ବିଜୟ ଉତ୍ସବ, ବାଇକ୍ ଶୋଭାଯାତ୍ରା କଲେ ଶତାଧିକ ଯୁବ କର୍ମୀ

ଅନୁଗୁଳ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ବର୍ଷା ସିଂହ ବରିହା ବିପୁଳ ସଂଖ୍ୟକ ଭୋଟ ପାଇ ବିଜୟୀ ହୋଇଛନ୍ତି।

ପଦ୍ମପୁରବାସୀ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିଥିବାରୁ ଅନୁଗୁଳ ପୌରପାଳିକା ଠାରେ ଅରୁଣାଭ ସିଂହଙ୍କ ନେତୃତ୍ୱରେ ଶତାଧିକ ଯୁବ ଓ ଛାତ୍ର ଜନତା ଦଳର ସଦସ୍ୟ ଏକ ବାଇକ ଶୋଭାଯାତ୍ରା କରି ସହର ପରିକ୍ରମା କରି ବିଜୟ ଉତ୍ସବ ପାଳନ କରିଛନ୍ତି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ, ବିକାଶ ପୁରୁଷ, ଜନନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଅକୁଣ୍ଠ ଭଲ ପାଇବାର ଏହା ପ୍ରତିଫଳନ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା।

Share

Leave a Reply