ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୪୨ତମ ପ୍ରତିଷ୍ଠା ଦିବସ ପାଳିତ

You are currently viewing ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ : ଆଜି ୪୨ତମ ପ୍ରତିଷ୍ଠା ଦିବସ ପାଳୁଛି ଭାରତୀୟ ଜନତା ପାର୍ଟି। ବିଜେପିର ସମସ୍ତ ଜିଲ୍ଲା ଅଫିସରେ ପ୍ରତିଷ୍ଠା ଦିବସ ବେଶ ଧୁମ୍ ଧାମରେ ପାଳିତ ହୋଇଛି।

ଏ ଅବସରରେ ଅନୁଗୁଳ ରଣିଗୋଡ଼ା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ବରିଷ୍ଠ ବିଜେପି ନେତା ଅଶୋକ ମହାନ୍ତି, ସାଧାରଣ ସମ୍ପାଦକ ସୁଦିପ୍ ଗଡ଼ନାୟକ, ସମ୍ପାଦକ ସୋମନାଥ ରାଉତ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତମଞ୍ଜରୀ ପ୍ରଧାନଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ଯେଭଳି ରାଜ୍ୟର ସମସ୍ତ ଜନ ସାଧାରଣଙ୍କ ନିକଟରେ ପହଞ୍ଚିବ ସେ ନେଇ ସଂକଳ୍ପ ନେଇଛନ୍ତି ଦଳର ନେତୃବୃନ୍ଦ।

କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ଓ ଯୁବବନ୍ଧୁମାନେ ଯୋଗ ଦେଇ ରାଷ୍ଟ୍ରହିତରେ ନିଜକୁ ସମର୍ପିତ କରିବା ପାଇଁ ପ୍ରତିଜ୍ଞା ନେଇଛନ୍ତି।

Share

Leave a Reply