ବିଜେପି ଅନୁଗୁଳ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି: ଘରେ ଘରେ ପହଞ୍ଚିବ ବିଜେପି, ମେ’ ୩୦ ରୁ ଜୁନ ୩୦ ଯାଏଁ ମହା ଜନସମ୍ପର୍କ ଅଭିଯାନ

0

ଅନଗୁଳ: ବିଜେପିର ଅନୁଗୁଳ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସେବା ସୁଶାସନ ଗରିବ କଲ୍ୟାଣ ଯୋଜନାରେ ଜିଲ୍ଲାର ସାଧାରଣ ନାଗରିକ ଉପକୃତ ହୋଇଛନ୍ତି ବୋଲି ଅତିଥି କହିଥିଲେ। ଅନ୍ୟତମ ଅତିଥି ଭାବେ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟେଇ ଯୋଗଦେଇ ମୋଦି ସରକାରଙ୍କର ନଅ ବର୍ଷର ବିକାଶ ମୁଖୀ କାର୍ଯ୍ୟକ୍ରମକୁ ନେଇ ମେ ୩୦ ରୁ ଜୁନ ୩୦ ମାସେ ବ୍ୟାପୀ ବିଜେପି କାର୍ଯ୍ୟ କର୍ତ୍ତାମାନେ ଘରେ ଘରେ ବୁଲି ମହା ଜନସମ୍ପର୍କ କରିବେ ବୋଲି କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ପ୍ରତିମା ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦିପ ଗଡ଼ନାୟକ, ଭବାନୀ ଜ୍ୟୋତିଷ ରାୟ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ଜିଲ୍ଲା ଉପ ସଭାପତି ନୃସିଂହ ବରାଳ ଓ ଲିଙ୍ଗରାଜ ଦାସ, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ମୋର୍ଚ୍ଚା ସଭାପତି, ମଣ୍ଡଳ ସଭାପତି ଓ ପ୍ରଭାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!