ଦୁର୍ନୀତି, ବଂଶବାଦ, ପିସି କାରବାରକୁ ବିରୋଧ: ଟିକରପଡା ପଞ୍ଚାୟତ ଅଫିସ୍ ସାମ୍ନାରେ ବିଜେପିର ବିକ୍ଷୋଭ

You are currently viewing ଦୁର୍ନୀତି, ବଂଶବାଦ, ପିସି କାରବାରକୁ ବିରୋଧ: ଟିକରପଡା ପଞ୍ଚାୟତ ଅଫିସ୍ ସାମ୍ନାରେ ବିଜେପିର ବିକ୍ଷୋଭ

ଅନୁଗୁଳ : ଅନୁଗୁଳ ବ୍ଲକର ଟିକରପଡା ପଞ୍ଚାୟତ ଅଫିସ୍ ସାମ୍ନାରେ ମଙ୍ଗଳବାର ଦିନ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୁର୍ନୀତି, ଭ୍ରଷ୍ଟାଚାର, ବଂଶବାଦ, ବ୍ୟାପକ ପିସି କାରବାର ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୋଦି ସରକାର ଓଡ଼ିଶାକୁ ବିଭିନ୍ନ ଜନ କଲ୍ୟାଣ ଯୋଜନରେ ଲକ୍ଷ ଲକ୍ଷ କୋଟି ଟଙ୍କା ଦେଉଥିବା ବେଳେ ତାହା ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରୁନାହିଁ। ଅନୁଗୁଳ ବ୍ଲକର ପ୍ରତି ପଞ୍ଚାୟତରେ ବ୍ୟାପକ ପିସି କାରବାର ଚାଲିଛି ବୋଲି ଅନୁଗୁଳ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ କହିଥିଲେ। ମୋଦି ପଠାଉଥିବା ପ୍ରଧାନମନ୍ତ୍ରୀ ଆବାସ ଠାରୁ ଆରମ୍ଭ କରି ସବୁ ଯୋଜନାରେ ସାଧାରଣ ଗରିବ ଲୋକ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ବିଜେପି ବିରୋଧ କରିଛି। ଆଜିର ବିକ୍ଷୋଭରେ ପଞ୍ଚାୟତ ପ୍ରମୁଖ ଜ୍ଞାନରଞ୍ଜନ ସାହୁ, ମଣ୍ଡଳ ସଭାପତି ଅନନ୍ତ ବାସୁଦେବ ମହାନ୍ତି, ମଣ୍ଡଳ ପ୍ରଭାରୀ ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବିଦ୍ୟାଧର ଚିନାରା, ଏସସି ମୋର୍ଚ୍ଚା ମଣ୍ଡଳ ସଭାପତି ଯଶୋବନ୍ତ ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ।

Share

Leave a Reply