ବିଜେପି ଅନୁଗୁଳ ଜିଲ୍ଲା କୋର କମିଟି ବୈଠକ: ଆସନ୍ତା ସପ୍ତାହରେ ବୁଦ୍ଧିଜୀବୀ ସମ୍ମିଳନୀ ଲାଗି ନିଷ୍ପତ୍ତି

You are currently viewing ବିଜେପି ଅନୁଗୁଳ ଜିଲ୍ଲା କୋର କମିଟି ବୈଠକ: ଆସନ୍ତା ସପ୍ତାହରେ ବୁଦ୍ଧିଜୀବୀ ସମ୍ମିଳନୀ ଲାଗି ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କୋର୍‌ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଙ୍ଗଠନିକ ଆଲୋଚନା କରାଯିବା ସହ ରାଜ୍ୟ ନିଷ୍ପତ୍ତି କ୍ରମେ ବିଭିନ୍ନ ବିଷୟରେ ଚର୍ଚ୍ଚା କରାଯାଇଥିଲା।
ନିଷ୍ପତ୍ତି ଅନୁଯାୟୀ, ୱାନ୍‌ ନେସନ ୱାନ୍‌ ଇଲେକ୍ସନ ଏବଂ ୱାକଫ୍‌ ବୋର୍ଡ ବିଲ୍‌ ଉପରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ଅନୁଗୁଳ ଜିଲ୍ଲାରେ ବୁଦ୍ଧିଜୀବୀଙ୍କୁ ନେଇ ସମ୍ମିଳନୀ ହେବ। ଆଗାମୀ ୪ ତାରିଖରେ ୱାକଫ୍‌ ବୋର୍ଡ ବିଲ୍‌ ଉପରେ ଏବଂ ୭ରେ ୱାନ୍‌ ନେସନ ୱାନ୍‌ ଇଲେକ୍ସନ ଉପରେ ସମ୍ମିଳନୀ ହେବ। ଏଥିସହ ଜିଲ୍ଲାର ସମସ୍ତ ବୁଥ୍‌ କମିଟି ମଣ୍ଡଳ କମିଟି ଆଗାମୀ ୧୫ ତାରିଖ ସୁଦ୍ଧା ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି।
ଆଜିର ବୈଠକରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ଚୌଧୁରୀ ପ୍ରଧାନ, ସୁଦିପ ଗଡ଼ନାୟକ, ବିଜୟ ମାଝୀ, ବିଶ୍ୱଜିତ ମିଶ୍ର, ପର୍ଶୁରାମ ବାରିକ, ଚିତ୍ତରଞ୍ଜନ ମେହେର, ପ୍ରଭାତ ପ୍ରଧାନ, ଦିଲ୍ଲୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply