ପୌରପାଳିକା କାଉନ୍‌ସିଲ ମିଟିଂକୁ ବିଜେପି ପାରିଷଦଙ୍କ ବର୍ଜନ

You are currently viewing ପୌରପାଳିକା କାଉନ୍‌ସିଲ ମିଟିଂକୁ ବିଜେପି ପାରିଷଦଙ୍କ ବର୍ଜନ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର କାଉନ୍‌ସିଲ ମିଟିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା କିନ୍ତୁ ବିଜେପି ପାରିଷଦ ମାନେ ବୈଠକକୁ ବର୍ଜନ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା ବିଜେପି ପାରିଷଦଙ୍କ
ୱାର୍ଡ ଗୁଡିକରେ ବିଜେଡି ୱାର୍ଡ ତୁଳନାରେ କମ କାମ ହେଉଛି। ଏଥି ସହିତ ବିଜେପି ୱାର୍ଡ ଗୁଡିକରେ ଯେଉଁ କାମ ହେଉଛି ସେଥିନେଇ ପାରିଷଦଙ୍କ ମତ ନିଆ ଯାଉ‌ନାହିଁ। ବୈଠକକୁ ବିଜେପି ପାରିଷଦଙ୍କ ବର୍ଜନ ଫଳରେ କାଉନ‌୍‌ସିଲରେ ଆଲୋଚନା ହୋଇପାରିନଥିଲା। ତେବେ ଏ ପ୍ରସଙ୍ଗରେ
ଉପାଧ୍ୟକ୍ଷା ଅନୁପମା ସାହୁଙ୍କ ସହ ଯୋଗାଯୋଗ କରାଯିବାରୁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।

Share

Leave a Reply