ଘର ପୋଡି କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

You are currently viewing ଘର ପୋଡି କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଟାଇଁସି ପଞ୍ଚାୟତ କମାରସାହିରେ ବିଦ୍ୟାଧର ପେଣ୍ଟଇଙ୍କ ଘର ପୋଡିଯାଇ ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ବିଜେପିର ଏକ ପ୍ରତିନିଧି ମଣ୍ଡଳୀଙ୍କୁ ଘର ପୋଡି ଯାଇଥିବା ବ୍ୟକ୍ତିଙ୍କ ଘରକୁ ଯିବା ପାଇଁ ପରାମର୍ଶ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଆଜି ବରିଷ୍ଠ ନେତା ପ୍ରାକ୍ତନ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ, କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ସୁଦିପ ଗଡ଼ନାୟକ, ସାତକୋଶିଆ ମଣ୍ଡଳ ବିଜେପି ସଭାପତି ରାଧାକାନ୍ତ ପଲେଇ, ଦିଲେଶ୍ୱର ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ଅନନ୍ତ ବେହେରା, ଟାଇଁସି ପଂଚାୟତ ସଭାପତି ବିଦ୍ୟାଧର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଘର ପୋଡି ଯାଇଥିବା ବ୍ୟକ୍ତିଙ୍କ ଘରକୁ ଯାଇ ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟ, ବସ୍ତ୍ର କମ୍ବଳ ପ୍ରଦାନ କରିଥିଲେ। ଏଥିସହିତ ସରକାରୀ ସୁବିଧା ଯୋଗାଇବା ପାଇଁ ଉପଖଣ୍ଡ ପ୍ରଶାସନକୁ ଅବଗତ କରାଇଥିଲେ।

Share

Leave a Reply