ତାଳଚେର ପୌରାଞ୍ଚଳ ବିକାଶ ପାଇଁ ବିଜେପିର ଉନ୍ନୟନ ତାଲିକା

You are currently viewing ତାଳଚେର ପୌରାଞ୍ଚଳ ବିକାଶ ପାଇଁ ବିଜେପିର ଉନ୍ନୟନ ତାଲିକା

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ପୌରାଞ୍ଚଳର ବିକାଶ ପାଇଁ ବିଜେପି ପକ୍ଷରୁ ଜିଲ୍ଲା ଖଣିଜ ପାଣ୍ଠି (ଡ଼ିଏମଏଫ)ରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଏକ ତାଲିକା ପ୍ରସ୍ତୁତ କରି ନଗରପାଳ ପବିତ୍ର ଭୂତିଆ ଓ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଜେପି ମିଡିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଓ ମଣ୍ଡଳ ସଭାପତି ରଜେଶ ଦଳେଇ ଏହି ତାଲିକା ହସ୍ତାନ୍ତର କରିଛନ୍ତି।

ତାଲିକାରେ ଜଗନ୍ନାଥ ପାର୍କ, ପଶ୍ଚିମେଶ୍ୱର ଓ ଆଖଣ୍ଡଳମଣି ମନ୍ଦିରର ଉନ୍ନୟନ, ଟାଉନ ହାଟର ପୁନର୍ବିକାଶ, ବ୍ରାହ୍ମଣୀ ନଦୀରେ ବୋଟ ଚଳାଚଳ, ସ୍ୱରାଜ ବ୍ୟବସ୍ଥା ସୁଧାରି ସ୍ୱଚ୍ଛ ଜଳ ଯୋଗାଣ, ବିଭିନ୍ନ ୱାର୍ଡ଼ରେ କଳ୍ୟାଣୀ ମଣ୍ଡପ ନିର୍ମାଣ, ଶ୍ମଶାନଘାଟ ପାଇଁ କଲଭର୍ଟ ନିର୍ମାଣ ଆଦି ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଛି। ଏହି ସୂଚନା ବିଜେପି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Share

Leave a Reply