ଘନ ଘନ ବିଦ୍ୟୁତ କାଟ, ପାନୀୟ ଜଳ ସମସ୍ୟା ସହ ବିଭିନ୍ନ ଅସୁବିଧାର ତୁରନ୍ତ ସମାଧାନ ପାଇଁ ଦାବି କଲା ବିଜେପି, ନଚେତ୍ ହେବ ଆନ୍ଦୋଳନ

You are currently viewing ଘନ ଘନ ବିଦ୍ୟୁତ କାଟ, ପାନୀୟ ଜଳ ସମସ୍ୟା ସହ ବିଭିନ୍ନ ଅସୁବିଧାର ତୁରନ୍ତ ସମାଧାନ ପାଇଁ ଦାବି କଲା ବିଜେପି, ନଚେତ୍ ହେବ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ସୋମବାର ଜିଲ୍ଲା କାର୍ଯ୍ୟାଳୟରେ ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ନେଇ ଆଲୋଚନା କରାଯାଇଥିଲା। ଏ ଅବସରରେ ଜିଲ୍ଲାରେ ବ୍ୟାପକ ବିଜୁଳି କାଟ, ଲୋ ଭୋଲଟେଜ ସମସ୍ୟା, ପିଇବା ପାଣି ସମସ୍ୟା ଓ ଡିଏମ୍ ଫଣ୍ଡରେ ବ୍ୟାପକ ଦୁର୍ନୀତିକୁ ନେଇ ବିଜେପି ଅସନ୍ତୋଷ ଜାହିର କରିଛି।

ଏବେ ଜିଲ୍ଲାରେ ଦିନକୁ ୬ ଘଣ୍ଟାରୁ ଅଧିମ ସମୟ ବିଜୁଳି କାଟ ହେଉଛି। ଆଉ ଲାଇନ ଆସିଲେ ବି ଭୋଲ୍ଟେଜ କମ୍ ରହୁଛି। ଫଳରେ ଖରାଦିନେ ଲୋକମାନେ ହଇରାଣ ହେଉଛନ୍ତି। ସେହିପରି କିଛି ଅଞ୍ଚଳରେ ଲୋକଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସ୍ୱଚ୍ଛ ପିଇବା ପାଣି ମୁନ୍ଦେ ମିଳୁନି। ବାରମ୍ବାର ଏନେଇ ଅଭିଯୋଗ କଲେ ମଧ୍ୟ ପ୍ରଶାସନ କି ରାଜ୍ୟ ସରକାର କେହି ବି ଦୃଷ୍ଟି ଦେଉନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ସେହିପରି ଡିଏମଏଫ ଫଣ୍ଡରେ ଥିବା ହଜାର ହଜାର କୋଟି ଟଙ୍କାକୁ ଜିଲ୍ଲା ପ୍ରଶାସନ ବିନା ଟେଣ୍ଡରରେ ମନଇଚ୍ଛା ଖର୍ଚ୍ଚ କରି ଶାସକ ଦଳ ପାଇଁ ପାଣ୍ଠି ଯୋଗାଡ଼ କରୁଛି ବୋଲି ବିଜେପି ଅଭିଯୋଗ କରିଛି।

ପ୍ରଶାସନ ଓ ରାଜ୍ୟ ସରକାର ଏସବୁ ବିଷୟ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ସଭାପତି ଚେତାବନୀ ଦେଇଛନ୍ତି। ବୈଠକରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ସୀମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଭାଗିରଥି ପ୍ରଧାନ, ପ୍ରତିମା ମିଶ୍ର, ଜିଲ୍ଲା ଉପ ସଭାପତି ନୃସିଂହ ବରାଳ, ଅମୀୟ ତ୍ରିପାଠୀ, ସୁଜାତା ଦାସ, ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ସୁଦୀପ ଗଡ଼ନାୟକ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତମଞ୍ଜରୀ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ, ଜିଲ୍ଲା ସମ୍ପାଦକ ଚିତ୍ତରଞ୍ଜନ ମେହେର, ପ୍ରଭାତ ପ୍ରଧାନ, ଜିଲ୍ଲା କୋଷାଧକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀମାନେ ଯୋଗ ଦେଇଥିଲେ।

Share

Leave a Reply