୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଜୁନ ୨୫କୁ କଳା ଦିବସ ଭାବେ ପାଳିଲା ଅନୁଗୁଳ ଜିଲ୍ଲା ବିଜେପି

You are currently viewing ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ଜୁନ ୨୫କୁ କଳା ଦିବସ ଭାବେ ପାଳିଲା ଅନୁଗୁଳ ଜିଲ୍ଲା ବିଜେପି

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜୁନ ୨୫ କୁ କଳା ଦିବସ ଭାବେ ପାଳନ କରାଯାଇଛି। ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ପୌରୋହିତ୍ୟରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା ଯୋଗ ଦେଇ ଆଜିର ଦିନରେ ୧୯୭୫ ମସିହାରେ ତତ୍କାଳୀନ କଂଗ୍ରେସ ସରକାର ନାଗରିକ ଅଧିକାରକୁ କ୍ଷୁର୍ଣ୍ଣ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲା ବୋଲି କହିଥିଲେ। ଫଳରେ ଲକ୍ଷ ଲକ୍ଷ ଲୋକଙ୍କୁ ଅନ୍ୟାୟୋଚିତ ଭାବେ ଗିରଫ କରି ଜେଲରେ ରଖାଯାଇଥିଲା, ଯାହା ଦେଶରେ ପ୍ରଚଳିତ ଆଇନ ବ୍ୟବସ୍ଥା ପ୍ରତି କୁଠାରଘାତ। ସେଥିପାଇଁ ବିଜେପି ଆଜିର ଦିନକୁ କଳା ଦିବସ ଭାବେ ପାଳନ କରୁଛି ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ପ୍ରଫେସର ଶାନ୍ତନୁ ସର, ଅନ୍ୟତମ ବକ୍ତା ଭାବେ ଅଧ୍ୟାପକ ବିଶ୍ୱରଂଜନ ପ୍ରଧାନ, ସାହିତ୍ୟିକ ଅକ୍ଷୟ ପଟ୍ଟନାୟକ, ପୂର୍ବତନ ଅମଲା ସଂଘ ସଭାପତି ପ୍ରଭାସ ସାହୁ, ବରିଷ୍ଠ ବିଜେପି ନେତା ଦିଲ୍ଲୀପ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ ଗଡନାୟକ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ବିଜୟ ମାଝି, ପ୍ରତିମା ମିଶ୍ର, ସୁଚିସ୍ମିତା ତ୍ରିପାଠୀ, ଦୁଃଖ ବନ୍ଧୁ ସାହୁ, ମିଳାପ ପ୍ରଧାନ ଙ୍କ ସମେତ ଶତାଧିକ ଜନ ସାଧାରଣ ଉପସ୍ଥିତ ଥିଲେ।

Share

Leave a Reply