ଅନୁଗୁଳ କୃଷକ ମୋର୍ଚ୍ଚାର ବୈଠକ: ରାଜ୍ୟ ସରକାରଙ୍କୁ କୃଷକ ବିରୋଧୀ ସରକାର କହିଲା ବିଜେପି

You are currently viewing ଅନୁଗୁଳ କୃଷକ ମୋର୍ଚ୍ଚାର ବୈଠକ: ରାଜ୍ୟ ସରକାରଙ୍କୁ କୃଷକ ବିରୋଧୀ ସରକାର କହିଲା ବିଜେପି

ଅନୁଗୁଳ: ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଶୁକ୍ରବାର କୃଷକ ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗଦେଇ ନବୀନ ସରକାର କୃଷକ ବିରୋଧୀ ବୋଲି ଅଭିହିତ କରିଥିଲେ।ଅନ୍ୟପଟେ କେନ୍ଦ୍ର ମୋଦି ସରକାର ସଦା ସର୍ବଦା କୃଷକଙ୍କ ହିତରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଥିଲେ। ମୋଦି ସରକାର ଧାନର ଏମ ଏସ ପି ମୂଲ୍ୟ ୨୧୪୦ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଦଲାଲ ମାଧ୍ୟମରେ ଧାନ କିଣୁଛି ଏବଂ କ୍ୱିଣ୍ଟାଲ ପିଛା ୮କେଜି ଧାନ ହଡ଼ପ କରୁଛନ୍ତି। ଫଳରେ ପ୍ରକୃତ ଚାଷୀ ୨୧୪୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ତ୍ତେ ୧୨୦୦ ଟଙ୍କାରେ ଧାନ ବିକ୍ରି କରୁଛି ବୋଲି କହିଥିଲେ।।

ଏ ଅବସରରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ରାଜ୍ୟ ସାଧାରଣ ସଂପାଦକ ଉପେନ୍ଦ୍ର ଭଞ୍ଜ ଏବଂ ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିଜୟ ମାଝୀ ସ୍ୱାଗତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝୀ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ଜିତେନ୍ଦ୍ର ପ୍ରଧାନ, ସୁଶାନ୍ତ ସାମଲ, ବିଭୂତି ସାହୁ, ଅଜିତ୍ ପ୍ରଧାନ, ପ୍ରଶାନ୍ତ ପୃଷ୍ଟି, ପ୍ରବୀଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply